Latest Odisha News

BREAKING NEWS

୪ ବର୍ଷ ବୟସରେ ସ୍ପାନିସ୍ ଫ୍ଲୁ ଦେଖିଥିଲେ, ୧୦୬ ବର୍ଷରେ କରୋନାକୁ ହରାଇଲେ

ନୂଆଦିଲ୍ଲୀ: କରୋନା ଯୁଦ୍ଧ ଜିତିଲେ ଶତାୟୁ ବୃଦ୍ଧ । ଦିଲ୍ଲୀରେ ଜଣେ ୧୦୬ ବର୍ଷୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜୀବ ଗାନ୍ଧି ସୁପର ସ୍ପେସାଲିଟ୍ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ସଂପୃକ୍ତ ଆକ୍ରାନ୍ତ । ସବୁଠୁ ବଡ଼ କଥା ହେଲା ତାଙ୍କ ପୁଅ ଅପେକ୍ଷା ସେ ଶୀଘ୍ର ଆରୋଗ୍ୟ ଲାଭ କରିଛନ୍ତି । ତାଙ୍କ ପୁଅ ବି କରୋନାରେ ସଂକ୍ରମିତ ହୋଇଥିଲେ । ତାଙ୍କ ବୟସ ୭୦ ବର୍ଷ । ବୃଦ୍ଧଙ୍କ ସ୍ତ୍ରୀ ଓ ପରିବାରର ଅନ୍ୟ ସଦସ୍ୟ ବି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

୧୦୬ ବର୍ଷୀୟ ବୃଦ୍ଧ ୧୯୧୮ରେ ସ୍ପାନିସ ଫ୍ଲୁ ଦେଖିଥିଲେ । ସେତେବେଳେ ତାଙ୍କୁ ୪ ବର୍ଷ ହୋଇଥିଲା । ମାରାତ୍ମକ ସ୍ପାନିସକୁ ୧୦୨ ବର୍ଷ ତଳେ ମାତ ଦେଇଥିବା ଦିଲ୍ଲୀର ସେହି ବୃଦ୍ଧ ୧୦୬ ବର୍ଷ ବୟସରେ କରୋନାକୁ ପରାସ୍ତ କରିଛନ୍ତି । କିନ୍ତୁ ୧୯୧୮ରେ ତାଙ୍କୁ ସ୍ପାନିସ ଫ୍ଲୁ ହୋଇଥିଲା କି ନାହିଁ ତାହା ଅସ୍ପଷ୍ଟ ରହିଛି । ଜଣେ ଶହେ ବର୍ଷର ବୃଦ୍ଧି ଏତେ ଶୀଘ୍ର ସୁସ୍ଥ ହେବା ଚିକିତ୍ସା କରୁଥିବା ଡାକ୍ତର ଓ ଅନ୍ୟମାନଙ୍କୁ ଆଶ୍ଚର‌୍ୟ୍ୟ କରୁଛି ।

ଆଜିକୁ ୧୦୨ ବର୍ଷ ତଳେ ସ୍ପାନିସ ଫ୍ଲୁ ସାରା ବିଶ୍ୱରେ ଆତଙ୍କ ଖେଳାଇଥିଲା । ଶତାବ୍ଦୀର ସବୁଠୁ ମାରାତ୍ମକ ଓ ପ୍ରାଣଘାତୀ ମହାମାରୀ ଥିଲା ସ୍ପାନିସ ଫ୍ଲୁ । ଏଚ୍ ଓ୍ୱାନ ଏନ୍ ଓ୍ୱାନ ଭାଇରସରୁ ବ୍ୟାପିଥିଲା ସ୍ପାନିସ ଫ୍ଲୁ ।

କୁହାଯାଏ ଆମେରିକାରେ ସ୍ପାନିନ ଫ୍ଲୁ ୬ ଲକ୍ଷ ୭୫ ହଜାର ଲୋକଙ୍କ ଜୀବନ ନେଇଥିଲା । ପ୍ରଥମ ଯୁଦ୍ଧରୁ ଫେରିଥିବା ସୈନିକଙ୍କ ସାଙ୍ଗରେ ଭାରତରେ ପ୍ରବେଶ କରିଥିଲା ସ୍ପାନିସ ଫ୍ଲୁ । ସାରା ଦୁନିଆରେ ସ୍ପାନିସ ଫ୍ଲୁ ୪ କୋଟି ଲୋକଙ୍କୁ ମୁଣ୍ଡ ନେଇଥିଲା । ତାର ପାଖାପାଖି ପାଞ୍ଚ ଭାଗରୁ ଭାଗେ ଲୋକ ଭାରତରେ ପ୍ରାଣ ହରାଇଥିଲେ ।

Leave A Reply

Your email address will not be published.