Latest Odisha News

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ୧୦୮ ଫୁଟର ଧୂପକାଠି

ଅଯୋଧ୍ୟା : ଗୋଟିଏ ଧୂପକାଠି ଜଳିବ ୪୫ ଦିନ । ଏହାର ଓଜନ ପୁଣି ୩ ହଜାର ୪୨୮ କିଲୋଗ୍ରାମ । ଆଉ ଏହାର ମୋଟେଇ ହେଉଛି ୩.୫ ଫୁଟ୍ । ଏହି ୧୦୮ ଫୁଟ ଲମ୍ବର ଏହି ଧୂପକାଠିକୁ ଗୁଜରାଟର ବଡୋଦରା ତରସାଲି ଅଞ୍ଚଳରେ କାରିଗରମାନେ ତିଆରି କରୁଛନ୍ତି । ଏହି ବିଶାଳକାୟ ଧୂପକାଠି ଆସନ୍ତା ଜାନୁୟାରୀ ୨୨ରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଜଳିବ ।

ଜାନୁଆରୀ ୨୨ ତାରିଖରେ ପ୍ରଭୂ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହେବ । ଏହାର ଯଥେଷ୍ଟ ପୂର୍ବରୁ ଜାନୁୟାରୀ ୧୬ ତାରିଖରେ ଧୂପକାଠିକୁ ଅଯୋଧ୍ୟାରେ ପହଞ୍ଚାଇବାର ଲକ୍ଷ୍ୟ ରଖାଯାଇଛି । ଜାନୁଆରୀ ପହିଲାରୁ ସ୍ୱତନ୍ତ୍ର ଟ୍ରକ ଯୋଗେ ଏହି ଧୂପକାଠିକୁ ଅଯୋଧ୍ୟା ନିଆଯିବ । ଏହି ଧୂପକାଠିର ବିଶେଷତ୍ୱ ହେଉଛି ଥରେ ଜଳିଲେ ଏହା ୪୫ ଦିନ ପର‌୍ୟ୍ୟନ୍ତ ଲିଭିବନି । ଏହି ଧୂପକାଠି ପ୍ରସ୍ତୁତ କରିବାରେ ସ୍ଥାନୀୟ ଲୋକେ ସହଯୋଗ କରୁଛନ୍ତି । ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମୁଛି । ଆଉ କିଛି ଲୋକ ଏହାକୁ ପୂଜା ବି କରୁଛନ୍ତି । ଏହି ଧୂପକାଠି କିପରି ଅଯୋଧ୍ୟାରେ ପହଞ୍ଚିବ ସେନେଇ ଲୋକେ ଚେଷ୍ଟା କରୁଛନ୍ତି ।

Comments are closed.