Latest Odisha News

ଚୋରାଚାଲାଣ ବେଳେ ୧୦୮ ପ୍ୟାକେଟ୍ ଗଞ୍ଜେଇ ଜବତ, ୨ ଅଟକ

ଭଦ୍ରକ: ଭଦ୍ରକ ଜିଲ୍ଲାର ଭଣ୍ଡାରି ପୋଖରୀ ଅଞ୍ଚଳରୁ ୧୦୮ ଟି ଗଞ୍ଜେଇ ପ୍ୟାକେଟ ଜବତ କରାଯାଇଛି । ଘଟଣାରେ ସମ୍ପୃକ୍ତ ଥିବା ୨ ଜଣଙ୍କୁ ଅଟକ ରଖି ଅବକାରୀ ପୋଲିସ ପକ୍ଷରୁ ପଚରାଉଚରା କରାଯାଉଛି ।

ଖବର ମୁତାବକ, ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା କୌଣସି ବିଶେଷ ସୂତ୍ରରୁ ଖବର ପାଇଥିଲା ଗୁଇନ୍ଦା ବିଭାଗ । ଭଣ୍ଡାରି ପୋଖରୀ ଅଞ୍ଚଳରେ ଏକ ପିକଅପ ଭ୍ୟାନରେ ଏହି ଗଞ୍ଜେଇ ଚାଲଣ ହେଉଥିଲା । ବିଭାଗ ପକ୍ଷରୁ ଉକ୍ତ ଭ୍ୟାନ୍ ର ପିଛା କରାଯାଇ ଚୋରାଚାଲାଣକାରୀକୁ ଧରିବାରେ ସଫଳ ହୋଇଥିଲା ଗୁଇନ୍ଦା ବିଭାଗ ।

ଜବତ କରିବା ସହ ସେଥିରେ ଥିବା ୧୦୮ ଟି ଗଞ୍ଜେଇ ପ୍ୟାକେଟ୍ କୁ ଜବତ କରାଯାଇଛି । ତେବେ ଏତେ ପରିମାଣର ଗଞ୍ଜେଇ କେଉଁଠୁ ଆସିଲା ଆଉ କେଉଁଠି କୁ ଯାଉଥିଲା ଏନେଇ ୨ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଛି ।

Comments are closed.