Latest Odisha News

BREAKING NEWS

ସଂକ୍ରମଣ ଭିତରେ ମାଟ୍ରିକ, ଯୁକ୍ତ ଦୁଇ ପରୀକ୍ଷା କେମିତି ହେବ ? ସୂଚନା ଦେଲେ ଶିକ୍ଷାମନ୍ତ୍ରୀ

ଭୁବନେଶ୍ଠର: ଭୟାବହ ହେଉଛି କୋଭିଡ ସଂକ୍ରମଣ । ଯଦିଓ ରାଜ୍ୟରେ ବିଏଫ.୭ ଭାରିଏଣ୍ଟକୁ ନେଇ ଭୟ କରିବାର କିଛି ନାହିଁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହୁଛନ୍ତି ତଥାପି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଏସବୁ ଭିତରେ ଆଗକୁ ରହିଛି ମାଟ୍ରିକ ପରୀକ୍ଷା  । ସଂକ୍ରମଣ ଭିତରେ ମାଟ୍ରିକ ପରୀକ୍ଷା କେମିତି ହେବ ସେ ନେଇ ସୂଚନା ଦେଇଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ ।

ମାଟ୍ରିକ ପରୀକ୍ଷା ବିଷୟରେ ସୂଚନା ଦେଇ ମନ୍ତ୍ରୀ ଦାସ କହିଥିଲେ ଆସନ୍ତା ମାଟ୍ରିକ ପରୀକ୍ଷା କୋଭିଡ ଗାଇଡଲାଇନ ଅନୁସାରେ  ହେବ । ସମସ୍ତଙ୍କୁ ମାସ୍କ ପିନ୍ଧି ପରୀକ୍ଷା ହଲକୁ ଆସିବାକୁ ପଡ଼ିବ । ଅନ୍ୟ ଦେଶରେ କରୋନା ବଢୁଥିବାରୁ ସ୍କୁଲ ପିଲାଙ୍କୁ ମାସ୍କ ପିନ୍ଧି ଆସିବାକୁ ପରାମର୍ଶ ଦେଲେ ଗଣଶିକ୍ଷା ମନ୍ତ୍ରୀ । ଏଥିସହିତ ସାମାଜିକ ଦୂରତା ରକ୍ଷା କରିବା ପାଇଁ ମଧ୍ୟ ପରାମର୍ଶ  ଦେଇଛନ୍ତି ମନ୍ତ୍ରୀ ସମୀର ଦାସ ।

କୋଭିଡ ଗାଇଡଲାଇନ ଭିତରେ ମାଟ୍ରିକ ସବମିଟିଭ-୧  ପରୀକ୍ଷା ଓ ଯୁକ୍ତ ଦୁଇ ପରୀକ୍ଷା ହେବ ବୋଲି କହିଛନ୍ତି ମନ୍ତ୍ରୀ ସମୀର ଦାସ । ପରବର୍ତ୍ତୀ ସମୟରେ ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.