Latest Odisha News

BREAKING NEWS

ବିଜେଡିର ରୌପ୍ୟ ଜୟନ୍ତୀକୁ ସତ୍ୟାଗ୍ରହ ଜରିଆରେ କାଉଣ୍ଟର କରୁଛି ବିଜେପି

ଛାତ୍ର କଂଗ୍ରେସର ନବୀନ ଗୋ ବ୍ୟାକ୍ ସ୍ଲୋଗାନ

ପୁରୀ: ପୁରୀ ତାଳବଣିଆରେ ବିଜେପି ପାଳନ କରୁଛି ରୌପ୍ୟ ଜୟନ୍ତୀ । ଅନ୍ୟ ପଟେ ବିଜେପି ଓ କଂଗ୍ରେସ ଶାସକ ଦଳକୁ ବିରୋଧ କରିଛି । ବିଜେପି ସତ୍ୟାଗ୍ରହ ଜାରି ରଖିଥିବାବେଳେ ପୁରୀ ଛାତ୍ର କଂଗ୍ରେସ ନବୀନ ପଟ୍ଟନାୟକଙ୍କ ଗସ୍ତକୁ ବିରୋଧ କରିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଛକରେ ଛାତ୍ର କଂଗ୍ରେସ କର୍ମୀ ଏକତ୍ରିତ ହୋଇ ନବୀନ ଓ ବିଜେଡିର ନେତା କର୍ମୀଙ୍କ ଗସ୍ତକୁ ବିରୋଧ କରି ନାରା ଦେଇଛନ୍ତି ।

ହାତରେ ନିଜର ଦାବି ପତ୍ର ଧରି ହୋହଲ୍ଲା କରିଛି ଛାତ୍ର କଂଗ୍ରେସ । ପୁରୀ ସହର ପ୍ରତି ମୁଖ୍ୟମନ୍ତ୍ରୀ ଉଦାସୀନତା ରଖିଛନ୍ତି ଓ ଅବହେଳା କରୁଥିବା ଅଭିଯୋଗ ଆଣିଛି ଛାତ୍ର କଂଗ୍ରେସ । ବିଜେଡି ନେତାଙ୍କ ଗାଡିକୁ ଅଟକାଇବା ସହିତ ନବୀନ ତମେ ଗୋ ବ୍ୟାକ୍ ଗୋ ବ୍ୟାକ୍ ନାରା ଦେଇଥିଲେ । ପୁରୀ ସହରରେ ବିକାଶ ନୁହେଁ, ବିନାଶ ଚାଲିଛି ବୋଲି ଅଭିଯୋଗ ଆଣିଛି ଛାତ୍ର କଂଗ୍ରେସ । ରାସ୍ତା ଅବରୋଧ କରିଥିବା ଛାତ୍ର କଂଗ୍ରେସକର୍ମୀଙ୍କୁ ପୋଲିସ ଉଠାଇ ନେଇ ଅଟକ ରଖିଛି ।

ବିଜେପି ରାଜ୍ୟ ସାରା ସତ୍ୟାଗ୍ରହ ଜାରି ରଖିଛି । ନାରୀ ନିର୍ଯାତନା, ରାଜନୀତିରେ ଅପରାଧୀକରଣକୁ ବିରୋଧ କରି ପଦ୍ମ ଦଳ ସତ୍ୟାଗ୍ରହ କରୁଛି । ଆସନ୍ତା ୨୮ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଓଡ଼ିଶା ଗସ୍ତରେ ଆସୁଛନ୍ତି । ତାଙ୍କ ଗସ୍ତ ପୂର୍ବରୁ ଦଳ ବିଜେଡି ବିରୁଦ୍ଧରେ କାର୍ଯ୍ୟକ୍ରମକୁ ଆଗକୁ ନେଉଛି ରାଜ୍ୟ ବିଜେପି । ବିଜେଡି ସରକାରକୁ ଘେରିବା ପାଇଁ ଦଳ ପ୍ରସ୍ତୁତ ହେଉଛି । ୨୩ ବର୍ଷ ବିଜେଡି ଶାସନରେ ରାଜନୈତିକ ନେତାଙ୍କ ଅପରାଧ ଓ ସାକ୍ଷୀମାନଙ୍କ ଅସୁରକ୍ଷା ତଥା ଆଇନଶୃଙ୍ଖଳାରେ ଅବନତିକୁ ନେଇ ବିଜେପି ସତ୍ୟାଗ୍ରହ କରୁଛି । ନାରୀ ନିର୍ଯାତନାରେ ରାଜ୍ୟ ପ୍ରଥମ ଓ ଶିଶୁ ନିଖୋଜରେ ଦ୍ୱିତୀୟ ବୋଲି କହିଛି ବିଜେପି । ତେଣୁ ବିଜେଡି ପୁରୀ ସମାରୋହରେ ମୁଖ୍ୟମନ୍ତ୍ରୀ ଏନେଇ ଉତ୍ତର ରଖନ୍ତୁ ଓ କେଉଁ ପୁରସ୍କାର ପାଇବା ଯୋଗ୍ୟ ବୋଲି ପ୍ରଶ୍ନ କରିଛି ବିଜେପି ।

 

Leave A Reply

Your email address will not be published.