Latest Odisha News

ମାଲବାହୀ ଟ୍ରେନ ଲାଇନଚ୍ୟୁତ: ଟ୍ରାକରୁ ବାହାରିଗଲା ୧୨ ବଗି

କୋରାପୁଟଓଡ଼ିଶା-ଆନ୍ଧ୍ର  ସୀମା  ବିଶାଖାପାଟଣାର ଶିବଲିଙ୍ଗପୁରଠାରେ ଏକ  ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ଗୁୁରୁବାର ସକାଳୁ ସକାଳୁ ଏହି ଦୁର୍ଘଟଣା ଘଟିଛି ।  ବିଶାଖାପାଟଣା କିରଣ୍ଡୁଲ ଟ୍ରେନର ୧୧ ଟି ବଗି ଲାଇନ୍ଚ୍ୟୁତ୍ ହୋଇଥିବା ଜଣାଯାଇଛି।  ବଗିଗୁଡିକ ଟ୍ରେନ୍ ଲାଇନରୁ ବାହାରି ବାହାରେ ପଡିଥିବା ଦେଖିବାକୁ ମିଳିଛି ।  ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ତେବେଏହି ଘଟଣାରେଳ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି ।

ମାଲବାହୀ ଟ୍ରେନ୍‌ଟି କୋତାବାଲସାରୁ ଆରକୁ ଯାଉଥିଲା । ଶିବଲିଙ୍ଗପୁରମ୍ ନିକଟରେ ୧୧ଟି ବଗି ହଠା୍ତ ଟ୍ରାକ୍‌ରୁ ଖସି ଯାଇଥିଲା।   ତେବେ କାହିଁକି ବଗିଗୁଡିକ ଲାଇନଚ୍ୟୁତ ହେଲା  ତାର କାରଣ ଜଣାପଡ଼ି ନାହିଁ।

ତେବେ ଏହି ଦୁର୍ଘଟଣା ଯୋଗୁ  ସେହି ରୁଟ୍‌ରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ବିଶାଖାପାଟଣାରୁ କୋରାପୁଟ ଦେଇ ଜଗଦଲପୁର ଯାଉଥିବା ପାସେଞ୍ଜର ଟ୍ରେନକୁ ଉଭୟପଟୁ ବାତିଲ କରାଯାଇଛି।  ଟ୍ରାକ୍ର ମରାମତି କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ସ୍ୱତନ୍ତ୍ର ଟିମ୍ ଏହି କାମ କରୁଥିବାବେଳେ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

 

Leave A Reply

Your email address will not be published.