ବ୍ରହ୍ମପୁର: ସ୍ଥାନୀୟ ଏମକେସିଜି ମେଡ଼ିକାଲର ମୁଖ୍ୟ ଫାଟକ ସମ୍ମୁଖରେ ବୁଧବାର ବିଳମ୍ବିତ ରାତିରେ ଏକ ସ୍କୁଟିକୁ କାର୍ ଧକ୍କା ଦେବା ଫଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ମା’ ସୀତା ଆମ୍ମା(୭୦) ଏବଂ ପୁଅ ରାମଚନ୍ଦ୍ର ପାତ୍ର(୪୫)। ଉଭୟଙ୍କ ଘର ଆଙ୍କିଲି ଉମା ନଗର ସାହିରେ। ବୁଧବାର ରାତି ପ୍ରାୟ ସାଢ଼େ ୧୨ଟା ବେଳେ ମା’ ପୁଅ ଗୋଟିଏ ସ୍କୁଟିରେ ବସି ମେଡ଼ିକାଲରୁ ବାହାରୁଥିଲେ। ମୁଖ୍ୟ ରାସ୍ତାରେ ଏକ କାର ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ମୃତ୍ୟୁ ଘୋଷଣା କରିଥିଲେ। ବୈଦ୍ୟନାଥପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଗାଡ଼ିକୁ ଜବତ କରିଛି। ତଦନ୍ତ ଚାଲିଥିବା ସୂଚନା ମିଳିଛି।
BREAKING NEWS
- Heavy Rain: କାଲି ଏହି ଜିଲ୍ଲାର ସମସ୍ତ ଅଙ୍ଗନବାଡି ,ସ୍କୁଲ୍ ଛୁଟି
- ଡକ୍ଟର ପ୍ରତିଭା ରାୟଙ୍କୁ ଭାରତର ସର୍ବୋଚ୍ଚ ସାହିତ୍ୟ ସମ୍ମାନ ସାହିତ୍ୟ ଅକାଦେମୀ ଫେଲୋସିପ୍ ପ୍ରଦାନ
- ଭୁବନେଶ୍ୱରବାସୀଙ୍କ ମୌଳିକ ସମସ୍ୟା ପ୍ରତି ଚରମ ଅବହେଳା ପ୍ରତିବାଦରେ ବି.ଏମ୍.ସି. ଘେରିଲା ଓଜେସି
- Odisha Orangutan Rescue:ବିଦେଶୀ ବନ୍ୟପ୍ରାଣୀଙ୍କ ଅବୈଧ ଚାଲଣ ପାଇଁ ଓଡ଼ିଶାକୁ ଟ୍ରାଞ୍ଜିଟ୍ ପଥ ହେବାକୁ ଦିଆଯିବ ନାହିଁ: ମୁଖ୍ୟମନ୍ତ୍ରୀ
- ଏଥର ଆଗୁଆ ଆସିପାରେ ଖରାଦିନ, ଶୀଘ୍ର ସମାପ୍ତ ହୋଇପାରେ ମୌସୁମୀ: ପ୍ରସ୍ତୁତି ହେଲେଣି ରାଜ୍ୟ ସରକାର
- ଓରାଙ୍ଗ ଉଟାନ ଚାଲାଣରେ ସମ୍ପୃକ୍ତି ଥିବା ବ୍ୟକ୍ତି ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ: ନେସନାଲ ଜୁ ଅଥରିଟିକୁ ଚିଠି
- ଟି ସର୍ଟ ମାଧ୍ୟମରେ ଅଗରକରଙ୍କୁ ଟାର୍ଗେଟ କରିଛନ୍ତି କି ରୋହିତ
- Operation Anweshan:ଓଡ଼ିଶା ପୋଲିସକୁ ବଡ ସଫଳତା;୧୦୧ ଶିଶୁ ଉଦ୍ଧାର,ସର୍ବାଧିକ ୩୦ ଶିଶୁ ପଶ୍ଚିମବଙ୍ଗରୁ…
- ପ୍ରଶଂସକଙ୍କୁ ନିରାଶ କରିଛି ବିଶ୍ୱକପ ଖେଳିବା ନେଇ ରୋହିତଙ୍କ ବୟାନ
- ଭାରତରେ କାହିଁକି ଶସ୍ତା ହେଉନି ଆପଲ୍ ଫୋନ୍?

Comments are closed.