Latest Odisha News

BREAKING NEWS

ଥମୁନି କରୋନାଭାଇରସ; ଆମେରିକାରେ ୧୧ ଭାରତୀୟ ମୃତ

ୱାଶିଂଟନ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ ବିଶ୍ୱବ୍ୟାପୀ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଆମେରିକାରେ ମୃତ୍ୟୁ ସଂଖ୍ୟା ୧୪ ହଜାରରୁ ଅଧିକ ଟପିଲାଣି ।

ଏହାବ୍ୟତିତ ୪ଲକ୍ଷରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ କରୋନାଭାଇରସ୍ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ପାଖାପାଖି ୨୦୦୦ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।

ଉକ୍ତ ମୃତକଙ୍କ ମଧ୍ୟରେ ୧୧ ଜଣ ଭାରତୀୟ ରହିଛନ୍ତି।  ଏପରିକି କରୋନା ଦ୍ଵାରା ପ୍ରାୟ ୧୬ ଭାରତୀୟ ସଂକ୍ରମିତ ଥିବା ଜଣାପଡିଛି। ଯେଉଁମାନେକି ଉତ୍ତରାଖଣ୍ଡ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଉତ୍ତର ପ୍ରଦେଶର ମୂଳ ବାସିନ୍ଦା ବୋଲି ସୁତ୍ରରୁ ପ୍ରକାଶ।

ଉଲ୍ଲେଖଯୋଗ୍ୟ, ଏହା ଧୀରେଧୀରେ ଥାଇଲାଣ୍ଡ, ଭାରତ, ଫ୍ରାନ୍ସ, ବ୍ରିଟେନ୍‌, ଆମେରିକା, ତାଇୱାନ୍, ଭିଏତନାମ, ସିଙ୍ଗାପୁର ଓ ୟୁରୋପ ଭଳି ପାଖାପାଖି ୨୦୦ରୁ ଅଧିକ ଦେଶକୁ ମଧ୍ୟ କରୋନା ଭୂତାଣୁ ବ୍ୟାପିବାରେ ଲାଗିଛି ।

Comments are closed.