ଭୁବନେଶ୍ୱର: କରୋନା ସେକେଣ୍ଡ ଓ୍ୱେଭ୍ ମୁକାବିଲାରେ ଓଡ଼ିଶାକୁ ମିଳୁଛି ସଫଳତା । ନିୟନ୍ତ୍ରଣକୁ ଆସୁଛି ମହାମାରୀ । ବିଭିନ୍ନ ଜିଲ୍ଲାରେ ଦୈନିକ ସଂକ୍ରମିତଙ୍କ କ୍ରମାଗତ ଖସୁଛି । ସଂକ୍ରମଣ ଖସୁଥିବାରୁ ଗୋଟିଏ ପରେ ଗୋଟିଏ ଜିଲ୍ଲା ରେଡ୍ ଜୋନରୁ ବାହାରୁଛନ୍ତି । ବର୍ତ୍ତମାନ ୧୧ଟି ଜିଲ୍ଲା କରୋନା ରେଡ୍ ଜୋନରେ ରହିଛି । ପଶ୍ଚିମ ଓଡ଼ିଶାରେ ସୁନ୍ଦରଗଡ଼କୁ ଛାଡ଼ି ବାକି ସମସ୍ତ ଜିଲ୍ଲା ଗ୍ରୀନ୍ ଓ ୟେଲୋ ଜୋନକୁ ଯାଇଛନ୍ତି ।
ରେଡ୍ ଜୋନ ଜିଲ୍ଲାରେ ୬୪% ଆକ୍ଟିଭ୍ କେସ୍
ରେଡ୍ ଜୋନରେ ଥିବା ଜିଲ୍ଲାଗୁଡ଼ିକ ହେଲା ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୋଳ ଓ ସୁନ୍ଦରଗଡ଼ । ଏହି ୧୧ ଜିଲ୍ଲାରେ କେବଳ ୪୭ହଜାର ୯୩୯ ଆକ୍ଟିଭ୍ କେସ୍ ରହିଛି । ଯାହାକି ମୋଟ୍ ଆକ୍ଟିଭ୍ କେସର ୬୪ ପ୍ରତିଶତ । ବର୍ତ୍ତମାନ ରାଜ୍ୟରେ ମୋଟ୍ ୭୪ହଜାର ୧୭୨ଟି କରୋନା ସକ୍ରିୟ ମାମଲା ରହିଛି ।
ଗ୍ରୀନ ଜୋନରେ ୯, ୟେଲୋ ଜୋନରେ ୧୦ ଜିଲ୍ଲା
କରୋନା ଗ୍ରୀନ ଜୋନରେ ୯ଟି ଜିଲ୍ଲା ଓ ୟେଲୋ ଜୋନରେ ରହିଛି ୧୦ ଜିଲ୍ଲା । ଦିନେ ଛତିଶଗଡ଼ ସୀମାନ୍ତ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲା ରେଡ୍ ଜୋନକୁ ଯାଇଥିଲା । ସେସବୁ ଜିଲ୍ଲାରେ ସ୍ଥିତିରେ ସୁଧାର ଆସିଛି । ଦୈନିକ ସଂକ୍ରମଣ ସହ କମୁଛି ଆକ୍ଟିଭ୍ କେସ୍ ।
BREAKING NEWS
- ଗତବର୍ଷ ତୁଳନାରେ ଏଥର ଚିଲିକାକୁ ଆସିଛନ୍ତି ଅଧିକ ପକ୍ଷୀ
- ପୋଲିସ ହାତରୁ ଖସିଯିବା ପାଇଁ ଫାଙ୍କା ଗୁଳି ଚାଳନା; ୮ ଅଟକ
- କଳାହାଣ୍ଡିକୁ ୮୯୧.୩୯ କୋଟିର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ
- ଜାନୁଆରୀ ୨୩ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି; ନେତାଜୀ ସଂଗ୍ରହାଳୟରେ ଉଦଘାଟନ ହେବ ନୂଆ ଗ୍ୟାଲେରୀ
- ଭାରତର AI ପାଇଁ କାହିଁକି ଖର୍ଚ୍ଚ ହେଉଛି ଆମେରିକୀୟ ଡଲାର; ଚିହିଁକିଲେ ଟ୍ରମ୍ପଙ୍କ ପରାମର୍ଶଦାତା
- Road Accident: ଘାଟିରେ ଓଲଟିଲା ବସ୍ ;୫ ଜଣକ ମୃତ୍ୟୁ, ୫୦ରୁ ଅଧିକ ଆହତ
- କୋହଲିଙ୍କ ଶତକ ବ୍ୟର୍ଥ, ଭାରତରେ ପ୍ରଥମ ଥର ଦିନିକିଆ ସିରିଜ ଜିତିଲା ନ୍ୟୁଜିଲାଣ୍ଡ
- Dad, I’m Drowning: ଦୁର୍ଘଟଣା ପରେ ବାପାଙ୍କୁ ଇଞ୍ଜିନିୟରଙ୍କ ଶେଷ କଲ୍; ବାପା ମୋତେ ବଞ୍ଚାଇଦିଅ…
- ସମ୍ମୁଖକୁ ଆସିଲା ଶାହାରୁଖଙ୍କ କିଙ୍ଗ ଫିଲ୍ମର ରିଲିଜ ତାରିଖ
- ମହିଳାମାନଙ୍କୁ ଉଦ୍ୟୋଗୀରେ ରୂପାନ୍ତରିତ କରୁଛି ହିଣ୍ଡାଲ୍କୋର ‘ପ୍ରୋଜେକ୍ଟ ଶକ୍ତି’
Comments are closed.