ଭୁବନେଶ୍ୱର: କରୋନା ସେକେଣ୍ଡ ଓ୍ୱେଭ୍ ମୁକାବିଲାରେ ଓଡ଼ିଶାକୁ ମିଳୁଛି ସଫଳତା । ନିୟନ୍ତ୍ରଣକୁ ଆସୁଛି ମହାମାରୀ । ବିଭିନ୍ନ ଜିଲ୍ଲାରେ ଦୈନିକ ସଂକ୍ରମିତଙ୍କ କ୍ରମାଗତ ଖସୁଛି । ସଂକ୍ରମଣ ଖସୁଥିବାରୁ ଗୋଟିଏ ପରେ ଗୋଟିଏ ଜିଲ୍ଲା ରେଡ୍ ଜୋନରୁ ବାହାରୁଛନ୍ତି । ବର୍ତ୍ତମାନ ୧୧ଟି ଜିଲ୍ଲା କରୋନା ରେଡ୍ ଜୋନରେ ରହିଛି । ପଶ୍ଚିମ ଓଡ଼ିଶାରେ ସୁନ୍ଦରଗଡ଼କୁ ଛାଡ଼ି ବାକି ସମସ୍ତ ଜିଲ୍ଲା ଗ୍ରୀନ୍ ଓ ୟେଲୋ ଜୋନକୁ ଯାଇଛନ୍ତି ।
ରେଡ୍ ଜୋନ ଜିଲ୍ଲାରେ ୬୪% ଆକ୍ଟିଭ୍ କେସ୍
ରେଡ୍ ଜୋନରେ ଥିବା ଜିଲ୍ଲାଗୁଡ଼ିକ ହେଲା ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୋଳ ଓ ସୁନ୍ଦରଗଡ଼ । ଏହି ୧୧ ଜିଲ୍ଲାରେ କେବଳ ୪୭ହଜାର ୯୩୯ ଆକ୍ଟିଭ୍ କେସ୍ ରହିଛି । ଯାହାକି ମୋଟ୍ ଆକ୍ଟିଭ୍ କେସର ୬୪ ପ୍ରତିଶତ । ବର୍ତ୍ତମାନ ରାଜ୍ୟରେ ମୋଟ୍ ୭୪ହଜାର ୧୭୨ଟି କରୋନା ସକ୍ରିୟ ମାମଲା ରହିଛି ।
ଗ୍ରୀନ ଜୋନରେ ୯, ୟେଲୋ ଜୋନରେ ୧୦ ଜିଲ୍ଲା
କରୋନା ଗ୍ରୀନ ଜୋନରେ ୯ଟି ଜିଲ୍ଲା ଓ ୟେଲୋ ଜୋନରେ ରହିଛି ୧୦ ଜିଲ୍ଲା । ଦିନେ ଛତିଶଗଡ଼ ସୀମାନ୍ତ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲା ରେଡ୍ ଜୋନକୁ ଯାଇଥିଲା । ସେସବୁ ଜିଲ୍ଲାରେ ସ୍ଥିତିରେ ସୁଧାର ଆସିଛି । ଦୈନିକ ସଂକ୍ରମଣ ସହ କମୁଛି ଆକ୍ଟିଭ୍ କେସ୍ ।
BREAKING NEWS
- Jail or Hotel ? ଜନ ଆସନ୍ତୋଷ ପରେ ବୁଲିଲା ବୁଲଡୋଜର
- ନିର୍ବାଚନରେ ପୁଣି ବ୍ୟାଲଟ୍ ପେପର ଫେରାଇ ଆଣିବାକୁ ଇଣ୍ଡିଆ ମେଣ୍ଟ ବୈଠକରେ ଖର୍ଗେଙ୍କ ଦାବି
- ସୁସ୍ଥ ହେଉଛନ୍ତି ଓରାଙ୍ଗଉଟାନ୍, ସୁହାଉଛି ଓଡ଼ିଶା ଜଳବାୟୁ
- ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ
- ରୁଷରେ ଫସିଯାଇଛନ୍ତି ତେଲେଙ୍ଗାନାର ଚାରି ଯୁବକ; ଚାକିରି ନାଁରେ ସେନାରେ ଜବରଦସ୍ତି ଭର୍ତ୍ତି କରାଇଦେବା ଅଭିଯୋଗ
- ଖରାପ କୋଲେଷ୍ଟେରଲ୍ ବ୍ୟତୀତ ଏହି ୬କାରଣ ହାର୍ଟ ପାାଇଁ ବିପଦ
- J&K Encounter: ପହଲଗାମ୍ ମାଷ୍ଟରମାଇଣ୍ଡ ହାଶିମ ମୂସା ନିପାତ
- ମଝି ଆକାଶରେ ପାଇଲଟକୁ ଛୁରାମାଡ଼, ଅଳ୍ପକେ ବର୍ତ୍ତିଲେ ୧୮୦ ଯାତ୍ରୀ
- ଭାରତକୁ ‘ଉଚ୍ଚଜାତି ହିନ୍ଦୁ ରାଷ୍ଟ୍ର’ କରିବା ପାଇଁ ଚାହୁଁଛି SIR: ନିର୍ମଳା ସୀତାରମଣଙ୍କ ସ୍ୱାମୀ ପରକଲା ପ୍ରଭାକର
- Modi Cabinet: ମୋଦୀ କ୍ୟାବିନେଟ୍ର ବଡ଼ ନିଷ୍ପତ୍ତି; ୬ ରବି ଫସଲର MSP ବଢ଼ିଲା, ଗ୍ରୀନ୍ ଏନର୍ଜି କରିଡରକୁ ମଞ୍ଜୁରୀ

Comments are closed.