Latest Odisha News

ଶୀତ ପାଇଁ ୬ ମାସ ବନ୍ଦ ରହିବ ଗଙ୍ଗୋତ୍ରୀ ଧାମ : ଆଜି ଦର୍ଶନ କଲେ ୯ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ

ନୂଆଦିଲ୍ଲୀ : ୬ ମାସ ପର୍ଯ୍ୟନ୍ତ ବନ୍ଦ ହେଲା  ବିଶ୍ୱ ପ୍ରସିଦ୍ଧ ଗଙ୍ଗୋତ୍ରୀ ଧାମ ।  ଶୀତ ଋତୁ ପାଇଁ  ଆଜି ସକାଳ ୧୧ଟା ୪୫ ମିନିଟ୍‌ରେ ଗଙ୍ଗୋତ୍ରୀ ଧାମର ଦ୍ୱାରକୁ ବନ୍ଦ କରାଯାଇଛି ।  ଏହି ସମୟରେ ପୂରା ଧାମ ମା’ ଗଙ୍ଗାଙ୍କ ଜୟକାର ଧ୍ୱନିରେ ପ୍ରକମ୍ପିତ ହୋଇଥିଲା। ପ୍ରାୟ ୯ ଲକ୍ଷରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଆଜି ମାଆଙ୍କୁ ଦର୍ଶନ କରିଛନ୍ତି  । ଶୀତ ରୁତୁ ପାଇଁ ଧୀରେ ଧୀରେ ଚାରି ଧାମ ଯାତ୍ରା ବନ୍ଦ ହେବା ଆରମ୍ଭ ହୋଇଛି ।

ସେହିପରି ବଦ୍ରିନାଥ ଦ୍ୱାର ବନ୍ଦ ହେବା ପ୍ରକ୍ରିୟା ଆରମ୍ଭ ହୋଇଛି । ଧାର୍ମିକ ପରମ୍ପରା ଅନୁଯାୟୀ, ପୂଜାର୍ଚ୍ଚନା ଏବଂ ଭୋଗ ଲଗାଯିବା ପରେ ଧାମ ପରିସରରେ ଥିବା ଭଗବାନ ଗଣେଶଙ୍କ ମନ୍ଦିରର ଦ୍ୱାର ଶୀତ ପାଇଁ ବନ୍ଦ କରାଯିବ । ହେଲେ ବଦ୍ରିନାଥଙ୍କ ଦ୍ୱାର ନଭେମ୍ବର ୧୮ ତାରିଖ ଅପରାହ୍ନ ୩ଟା ୩୩ରେ ବନ୍ଦ କରାଯିବ ।

Comments are closed.