ନୂଆଦିଲ୍ଲୀ: ନିକଟରେ ଭାରତୀୟ କ୍ରିକେଟର ଦୁଇ ମହାନ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ରୋହିତ ଓ କୋହଲିଙ୍କ ସମେତ ଭାରତର ଆଉ କେତେଜଣ ମହାନ ବ୍ୟାଟ୍ସମ୍ୟାନଙ୍କୁ ପଡିଆରେ ଉପଯୁକ୍ତ ବିଦାୟୀ କାଳୀନ ସମ୍ବର୍ଦ୍ଧନା ମିଳି ନାହିଁ ।
ଅନୀଲ କୁମ୍ବଲେ: ଭାରତର ମହାନ ସ୍ପିନର ଅନୀଲ କୁମ୍ବଲେ ୨୦୦୮ରେ ଅବସର ଘୋଷଣା କରିଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ଖେଳିବା ଅବସରରେ ସେ ଆଘାତପ୍ରାପ୍ତ ହୋଇଥିଲେ । ୩୮ ବର୍ଷୀୟ କୁମ୍ବଲେ ଏହା ପରେ ପରେ ଅବସର ଘୋଷଣା କରିଥିଲେ ।
ଶିଖର ଧାୱନ: ୨୦୨୨ରେ ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ଶିଖର ଧାୱନଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳି ନ ଥିଲା । ଏହା ପରେ ସେ ଆଉ ଟିମରେ ନିଜ ସ୍ଥାନ ସୁରକ୍ଷିତ ରଖିପାରି ନ ଥିଲେ । ୨୦୨୪ରେ ଶେଷରେ ସେ ନିରାଶ ହୋଇ କ୍ରିକେଟକୁ ଅଲବିଦା କହିଥିଲେ ।
ଜାହୀର ଖାଁ: ଭାରତର ଶ୍ରେଷ୍ଠ ବାମହାତୀ ପେସ ବୋଲର ଭାବେ ପରିଗଣିତ ଜାହୀର ଖାଁ ମଧ୍ୟ ଅବସର ସମୟରେ ଉପଯୁକ୍ତ ସମ୍ମାନ ପାଇ ନ ଥିଲେ । ୨୦୧୪ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପରେ ସେ ବାରମ୍ବାର ଆଘାତ ସମସ୍ୟାରେ ପଡିଥିଲେ । ଶେଷରେ ୨୦୧୭ରେ ସେ ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ ।
ରାହୁଲ ଡ୍ରାଭିଡ: ୨୦୧୨ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଟିମ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ରାହୁଲ ଡ୍ରାଭିଡ ବୋଧହୁଏ ଏହି ସିରିଜ ପରେ ଅବସର ପାଇଁ ମନ ବଳାଇ ନେଇଥିଲେ । ନୀରବରେ ଆସିଥିଲେ ଓ ଶାନ୍ତ ଭାବେ ସେ କ୍ରିକେଟକୁ ଅଲବିଦା କହିଥିଲେ ।
ବୀରେନ୍ଦ୍ର ସେହ୍ୱାଗ: ୨୦୧୩ରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ବୀରେନ୍ଦ୍ର ସେହ୍ୱାଗଙ୍କୁ ବାଦ ଦିଆଯାଇଥିଲା । ସେବେଠାରୁ ସେ ଆଉ ଦଳରେ ସ୍ଥାନ ପାଇ ନ ଥିଲେ । ୨୦୧୫ରେ ସେହ୍ୱାଗ ଅବସର ଘୋଷଣା କରିଥିଲେ ।
ଗୌତମ ଗମ୍ଭୀର: ୨୦୧୬ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ପରେ ଗୌତମ ଗମ୍ଭୀରଙ୍କୁ ଆଉ ସୁଯୋଗ ମିଳି ନ ଥିଲା । କିଛି ଦିନ ଅପେକ୍ଷା କରିବା ପରେ ୨୦୧୮ରେ ସେ ଅବସର ନେଇଥିଲେ ।
ଯୁବରାଜ ସିଂ: ଭାରତକୁ ୨ଟି ବିଶ୍ୱକପ ଜିତାଇବାରେ ମୂଖ୍ୟ ଭୂମିକା ଗ୍ରହଣ କରିଥିବା ଯୁବରାଜ ସିଂଙ୍କୁ ୨୦୧୭ ୱେଷ୍ଟଇଣ୍ଡିଜ ଗସ୍ତ ପରେ ଦଳରୁ ବାଦ ଦିଆଯାଇଥିଲା । ୨ ବର୍ଷ ପରେ ସେ ଅବସର ଘୋଷଣା କରିଥିଲେ ।
ସୁରେଶ ରାଇନା: ଭାରତୀୟ କ୍ରିକେଟର ଭଲ ଫିଲ୍ଡର ଓ ଫିନିଶର ଭାବେ ପରିଗଣିତ ସୁରେଶ ରାଇନା ୨୦୧୮ ଇଂଲଣ୍ଡ ଗସ୍ତ ପରେ ଆଉ ଦଳରେ ସ୍ଥାନ ପାଇ ନ ଥିଲେ । ୨୦୨୦ରେ ସୋସିଆଲ ମିଡିଆ ମାଧ୍ୟମରେ ସେ ଅବସର ଘୋଷଣା କରିଥିଲେ ।
ଏମଏସ ଧୋନୀ: ଭାରତର ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ବିଦାୟ ମଧ୍ୟ ନୈରାଶ୍ୟଜନକ ରହିଥିଲା । ୨୦୧୯ ବିଶ୍ୱକପ ସେମିଫାଇନାଲରେ ରନଆଉଟ ହୋଇଥିଲେ । ଏହା ପରେ ଭାରତ ହାରି ଯାଇଥିଲା । ଧୋନୀ ୨୦୨୦ରେ ଅବସର ଘୋଷଣା କରିଥିଲେ ।ହରଭଜନ ସିଂ: ହରଭଜନ ସିଂ ଭାରତର ଶ୍ରେଷ୍ଠ ଅଫ ସ୍ପିନର ଭାବେ ପରିଚୟ ସୃଷ୍ଟି କରିଛନ୍ତି । ୨୦୧୬ ଏସିଆ କପରେ ସେ ଶେଷ ଥର ପାଇଁ ୟୁଏଇ ବିପକ୍ଷରେ ଖେଳିଥିଲେ । ତାଙ୍କୁ ଆଉ ଦଳକୁ ଫେରିବା ପାଇଁ ସୁଯୋଗ ମିିଳି ନ ଥିଲା । ୨୦୨୧ରେ ସେ ଅବସର ନେଇଥିଲେ ।
Comments are closed.