ହାଇଦ୍ରାବାଦ: ଏକାଥରେ ୩ ପୁରୀ ଖାଇ ୧୧ ବର୍ଷୀୟ ଛାତ୍ର ମୃତ।ତେଲେଙ୍ଗାନାର ହାଇଦ୍ରାବାଦରେ ଏକ ବିଦ୍ୟାଳୟରେ ଏଭଳି ଅଭାବନୀୟ ଘଟଣା ଘଟିଯାଇଛି।
ହାଇଦ୍ରାବାଦର ଏକ ବିଦ୍ୟାଳୟରେ ସୋମବାର ମଧ୍ୟାହ୍ନ ଭୋଜନ ସମୟରେ ଏହି ଅଘଟଣ ଘଟିଛି। ଷଷ୍ଠ ଶ୍ରେଣୀରେ ପଢୁଥିବା ଜଣେ ୧୧ ବର୍ଷର ଛାତ୍ର ଏକାଥରେ ତିନିରୁ ଅଧିକ ପୁରୀ ଖାଇଦେଇଥିଲେ। ଏହା ପରେ ଛାତ୍ର ଜଣକ ଶ୍ୱାସରୁଦ୍ଧ ହୋଇପଡିଥିଲେ। ତେବେ ଛାତ୍ର ଜଣକ ଏକାଥରକେ କାହିଁକି ଏତେ ପରିମାଣର ଖାଦ୍ୟ ଖାଇଲେ ସେନେଇ ଏଯାଏଁ ଜଣାପଡିନାହିଁ।
ତେବେ ଛାତ୍ରଙ୍କ ବାପା ଏନେଇ ଥାନାରେ ଅଭିଯୋଗ ସହ କହିଛନ୍ତି ଯେ ତାଙ୍କୁ ସ୍କୁଲରୁ ପୁଅ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା ଏକ ଫୋନକଲ ଆସିଥିଲା।
ପରେ ପିଲାଟିକୁ ସ୍କୁଲ କର୍ତ୍ତୁପକ୍ଷ ନିକଟସ୍ଥ ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲେ। ପରେ ତାଙ୍କୁ ଏକ ଘରୋଇ ସୁପର ସ୍ପେସିଆଲିଟି ହସ୍ପିଟାଲକୁ ପଠାଇ ଦିଆଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।
Comments are closed.