ବ୍ରହ୍ମପୁର:ଖଲିକୋଟ ଏକକ ବିଶ୍ବବିଦ୍ୟାଳୟରେ ୧୧୨ଟି ଶିକ୍ଷକ ପଦବୀ ସୃଷ୍ଟି କରାଯାଇଛି। ଏନେଇ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ରହିଛି। ମୋଟ ୧୬ଟି ବିଭାଗରେ ଏହି ୧୧୨ଟି ପଦବୀ ସୃଷ୍ଟି ହୋଇଥିବା ସୂଚନା ମିଳିଛି। ପ୍ରତ୍ୟେକ ବିଭାଗରେ ଜଣେ ପ୍ରଫେସର, ଦୁଇଜଣ ଆସୋସିଏଟ୍ ପ୍ରଫେସର ଏବଂ ୪ଜଣ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ମିଶାଇ ମୋଟ ୭ଜଣ ନିଯୁକ୍ତି ପାଇବେ। ଏହି ବିଭାଗଗୁଡ଼ିକ ହେଲା ନୃତତ୍ତ୍ବ, ବାୟୋ ଟେକ୍ନୋଲୋଜି, ଉଦ୍ଭିଦ ବିଜ୍ଞାନ, ରସାୟନ ବିଜ୍ଞାନ, ବାଣିଜ୍ୟ, କମ୍ପୁଟର ବିଜ୍ଞାନ ଏବଂ ଏମ୍ସିଏ, ଅର୍ଥନୀତି, ଇଂରାଜି, ଶିକ୍ଷା ଏବଂ ବିଏଡ୍, ଭୁତତ୍ତ୍ବ ବିଜ୍ଞାନ, ଇତିହାସ, ଗଣିତ ଏବଂ ପରିସଂଖ୍ୟନ, ଓଡ଼ିଆ, ପଦାର୍ଥ ବିଜ୍ଞାନ, ରାଜନୀତି ବିଜ୍ଞାନ ଏବଂ ପ୍ରାଣୀ ବିଜ୍ଞାନ। ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନ୍-୧୯୮୯ର ଧାରା ୨୧ ଅନୁଯାୟୀ ଏହି ପଦବୀଗୁଡ଼ିକରେ ସୀଧାସଳଖ ନିଯୁକ୍ତି ଗ୍ରହଣ କରାଯିବ। ପୂର୍ବରୁ ବିଶ୍ବବିଦ୍ୟାଳୟରେ ୧୬ଟି ବିଭାଗର ଗୋଟିଏ ଲେଖାଏଁ ପ୍ରଫେସର ପଦବୀ ରହିଥିଲା। ଏଣିକି ଦୁଇଟି ଲେଖାଏଁ ପ୍ରଫେସର ପଦବୀ ରହିବ।
ସୂଚନା ଯୋଗ୍ୟ ଯେ, ବିଶ୍ବବିଦ୍ୟାଳୟରେ ୮୮ଟି ନିୟମିତ ଶିକ୍ଷକ ପଦବୀ ରହିଛି। ସେଥିରୁ ୫୬ଟି ପଦବୀ ଖାଲି ପଡ଼ିଛି। ମାତ୍ର ୩୨ଜଣ ନିୟମିତ ଶିକ୍ଷକ କାର୍ଯ୍ୟ କରୁଛନ୍ତି। ଖାଲି ପଦବୀଗୁଡ଼ିକରେ ଅତିଥି ଅଧ୍ୟାପକଙ୍କୁ ନେଇ ପାଠପଢ଼ା ଚାଲିଛି। ପୂର୍ବରୁ ଖଲିକୋଟ ସ୍ବୟଂ ଶାସିତ ମହାବିଦ୍ୟାଳୟ ରହିଥିଲା । ଗତ ୨୦୨୧ ମସିହା ମେ’ ୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୬୬ ବର୍ଷର ଏହି ଶିକ୍ଷାନୁଷ୍ଠାନକୁ ଏକକ ବିଶ୍ବବିଦ୍ୟାଳୟରେ ପରିଣତ କରିବାକୁ ଘୋଷଣା କରିଥିଲେ ।
BREAKING NEWS
- ମୋହସିନ୍ ନକଭିଙ୍କ ବୟାନକୁ ନେଇ ଆଇସିସିର ଚେତାବନୀ; ଟି-୨୦ ବିଶ୍ୱକପରୁ ବାହାରିଲେ…
- ସାବଧାନ! ୧୪ କୋଟିରୁ ଅଧିକ ଉପଭୋକ୍ତାଙ୍କ ତଥ୍ୟ ଲିକ୍; ବିପଦରେ ଆପଣଙ୍କ Gmail, Facebook, Instagram, ଏବଂ Netflix ଆକାଉଣ୍ଟ୍!
- Republic Day: କୋରାପୁଟରେ ହଟିଲା ଆମିଷ ବିକ୍ରି କଟକଣା…
- Kedarnath Yatra 2026: ୨୦୧୩ ବନ୍ୟା ପରେ, ପୁଣି କେଦାରନାଥରେ ଖୋଲିବ ପାରମ୍ପରିକ ପଦଯାତ୍ରା ପଥ, ଏଣିକି ସହଜରେ ଯିବେ ଭକ୍ତ…
- Tejashwi Yadav: ଆରଜେଡି କାର୍ଯ୍ୟକାରୀ ସଭାପତି ତେଜସ୍ୱୀ ଯାଦବ, ବୈଠକରେ ହେଲା ନିଷ୍ପତ୍ତି…
- ରାଜ୍ୟର ନିର୍ଦ୍ଧାରିତ ସମୟରେ ହେବ ପଞ୍ଚାୟତ ନିର୍ବାଚନ, ସବଡିଭିଜନସ୍ତରରେ ପ୍ରସ୍ତୁତି ଆରମ୍ଭ
- ଟ୍ରମ୍ପଙ୍କ ଧମକ: ‘କାନାଡା ଯଦି ଚୀନ୍ ସହିତ ଡିଲ୍ କରେ, ତେବେ ମୁଁ ୧୦୦% ଶୁଳ୍କ ଲାଗୁ କରିବି’
- ବାଂଲାଦେଶରେ ହିନ୍ଦୁ ଯୁବକ ଜୀବନ୍ତ ଦଗ୍ଧ; ଯୋଜନାବଦ୍ଧ ଭାବେ ହତ୍ୟା ଅଭିଯୋଗ…
- Iran US conflict: ଇରାନ ମୁହାଁ ଟ୍ରମ୍ପଙ୍କ ସେନା, ବଙ୍କରରେ ଖାମେନେଇ!
- President Address Nation: ଆଜି ସନ୍ଧ୍ୟାରେ ରାଷ୍ଟ୍ରକୁ ସମ୍ବୋଧିତ କରିବେ ମହାମହିମ ରାଷ୍ଟ୍ରପତି
Comments are closed.