ନୂଆଦିଲ୍ଲୀ: ବିଜୁଳି ବେଗରେ ବଢୁଛି କରୋନା ମାମଲା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ । ଦେଶର ଗୋଟିଏ ଦିନରେ ୧ ଲକ୍ଷ ପାଖାପାଖି ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୩୦୦୦ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାସହ ତାଳ ଦେଇ ଉପର ମୁଁହା ହୋଇ ଚାଲିଛି ମୃତ୍ୟୁର ମିଟର ।
ଗତ ୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୧୧୩୩ ଜଣଙ୍କର ମୃତ୍ୟୁ ସହ ୭୨,୭୭୫ ଟପିଛି ମୋଟ ସଂଖ୍ୟା । ଏହାସହ ୨୪ ଘଣ୍ଟାରେ ୭୫,୮୦୯ ଜଣ ଆକ୍ରାନ୍ତ ଚିହ୍ନଟ ହେବା ସହ ମୋଟ ସଂଖ୍ୟା ୪୨,୮୦,୪୨୩ ରେ ପହଞ୍ଚିଛି।
ବର୍ତ୍ତମାନ ସୁଦ୍ଧା ଦେଶରେ ୮,୮୩,୬୯୭ ଟି ସକ୍ରିୟ ମାମଲା ରହିଥିବା ବେଳେ ଆରୋଗ୍ୟଙ୍କ ସଂଖ୍ୟା ୩୩,୨୩,୯୫୧ ଛୁଇଁଛି ।
ବର୍ତ୍ତମାନ ବିଶ୍ୱରେ ସଂକ୍ରମଣର ଦ୍ଵିତୀୟ ସ୍ଥାନରେ ପହଞ୍ଚିଛି ଭାରତ । ଦେଶରେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ, ବିହାର, ଓଡିଶା ଉତ୍ତରପ୍ରଦେଶ ଆଦି ରାଜ୍ୟରେ ସଂକ୍ରମଣ ବଢୁଛି । ସେହିପରି ଟେଷ୍ଟିଂ କ୍ଷମତା ମଧ୍ୟ ବୃଦ୍ଧି କରାଯାଇଛି ।
Comments are closed.