Latest Odisha News

BREAKING NEWS

ନାରୀନେତ୍ରୀ ସରଳା ଦେବୀଙ୍କ ୧୧୯ ତମ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଓଡ଼ିଶାର ବିଶିଷ୍ଟ ନାରୀନେତ୍ରୀ, ସ୍ୱାଧୀନତା ସଂଗ୍ରାମୀ ତଥା ସୁସାହିତ୍ୟିକା ସରଳା ଦେବୀଙ୍କ ୧୧୯ ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ସ୍ଥାନୀୟ ରୋଟାରୀ ଭବନଠାରେ ସରଳା ଦେବୀ ସୃତି ପରିଷଦ ପକ୍ଷରୁ ପାଳିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ‘ସମ୍ବାଦ’ର ସମ୍ପାଦକ ତଥା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଉଦଘାଟକ, ପୂର୍ବତନ ମନ୍ତ୍ରୀ ତଥା ସ୍ତମ୍ଭକାର ପଞ୍ଚାନନ କାନୁନଗୋ ମୁଖ୍ୟ ଅତିଥି ବିଶିଷ୍ଟ ଲେଖୁକା ସଂଘମିତ୍ରା ମିଶ୍ର, ସୋମା ଚାନ୍ଦ, ବରିଷ୍ଠ ସାମ୍ବାଦିକ ଗୁରୁ କଲ୍ୟାଣ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ ।

ସୃତି ପରିଷଦର ଆବାହକ ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ କରି ରାଜଧାନୀରେ ସଂଗ୍ରାମୀ ସରଳା ଦେବୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବି କରିଥିଲେ । ଅସହଯୋଗ ଆନ୍ଦୋଳନ ଓ ଲବଣ ସତ୍ୟାଗ୍ରହ ସମୟରେ ସରଳାଙ୍କ କାରାବରଣ ଓ ତାଙ୍କ ପରିବାରର ଅବଦାନ ସମ୍ପର୍କରେ ଅତିଥି ମାନେ ଉଲ୍ଲେଖ କରିଥିଲେ ।

ଏହି ଅବସରରେ ଗାନ୍ଧିକା ସଂଯୁକ୍ତା ମହାନ୍ତିଙ୍କ ଦ୍ବାରା ରଚିତ ଗଳ୍ପ ସଙ୍କଳନ ‘ବିସର୍ଜନ’ ବିଶିଷ୍ଟ ଲେଖିକା ବନଜ ଦେବୀଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା । ଏହି ଉତ୍ସବରେ ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ, ନାଇଜରର କୁଳ ସଚିବ ଅଭୟ ନାୟକ, କ୍ୟାଟର ପୂର୍ବତନ ଉପାଧ୍ୟକ୍ଷ ଚିତ୍ତ ରଞ୍ଜନ ମହାପାତ୍ର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ବରିଷ୍ଠ ଅଧିକାରୀ ଲକ୍ଷ୍ମୀଧର ବେହେରା, କସ୍ତୁରିକା ପଟ୍ଟନାୟକ ଓ ଅସୀତ ଦାସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି, ଲେଖକ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ଦାୟାଦମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.