Latest Odisha News

11th Technical Session: ସ୍ଥାୟୀ ସଡ଼କ ପରିଚାଳନା ବ୍ୟବସ୍ଥା ପାଇଁ ନୂତନ ସମାଧାନ ସୂତ୍ର…

ଭୁବନେଶ୍ବର: ଆଇଆରସି ବାର୍ଷିକ ଅଧିବେଶନର ଏକାଦଶତମ ବୈଷୟିକ ଅଧିବେଶନରେ ପ୍ରମୁଖ ଅବସ୍ଥାପନା ସଂସ୍ଥାଗୁଡ଼ିକର ଅଧିକାରୀ ଓ ଇଞ୍ଜିନିୟରମାନଙ୍କ ଦ୍ୱାରା ପେପର ଉପସ୍ଥାପନା ସହ ସଡ଼କ ବିକାଶ ଓ ପରିଚାଳନାର କାର୍ଯ୍ୟକୁଶଳତା ଆଦି ବିଭିନ୍ନ ପ୍ରାସଙ୍ଗିକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି।

ଅଧିବେଶନରେ ୱି.କେ. ରଜୱାତ, ଡି.ଜି. (ଆର୍.ଡି.) ଏବଂ ଏସ.ଏସ., ମୋର୍ଥ, ଅଧ୍ୟକ୍ଷତା କରିବା ସହ ପଙ୍କଜ ଅଗରୱାଲ, ମୁଖ୍ୟ ଇଞ୍ଜିନିୟର, ମୋର୍ଥ ସହ-ଅଧ୍ୟକ୍ଷତା କରିଥିଲେ।

ଏଠାରେ ମୋର୍ଥ, ଏନ୍‌ଏଚ୍‌ଏଆଇ ଓ ପିଏମଜିଏସୱାଇର ବିଶେଷଜ୍ଞମାନେ ଯୋଗଦେଇ ସଡ଼କ ପାଇଁ କାର୍ଯ୍ୟକୁଶଳତା ଓ ପାରଦର୍ଶିତା ବିଷୟରେ ଚର୍ଚ୍ଚା କରିଥିଲେ। ଡା. ବିଶ୍ୱଜିତ ମୁଖୋପାଧ୍ୟାୟ (ଏନ୍‌ଏଚ୍‌ଏଆଇ) ସଡ଼କ ପ୍ରକଳ୍ପରେ ନିୟମନୀୟ ଅନୁମୋଦନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ସ୍ମିତା ଜ୍ୟୋତି କୁଳକର୍ଣୀ (ପିଏମଜିଏସୱାଇ) ‘ମେରି ସଡ଼କ’ ଅଭିଯୋଗ ପ୍ଲାଟଫର୍ମର ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ।

ସେହିପରି ବୀରେନ୍ଦ୍ର ସିଂହ (ଏନ୍‌ଏଚ୍‌ଏଆଇ) ପ୍ରକଳ୍ପ କାର୍ଯ୍ୟକୁଶଳତା ବିଷୟରେ ଅନୁଭବ ବର୍ଣ୍ଣନା କରିଥିଲେ ଓ ଇଞ୍ଜିନିୟର ହେଲାନ୍‌ ଜାନେଟ୍‌ ଏସ୍‌ ଏବଂ ମିସ୍‌ ରମ୍ୟା ଦେବୀ ଏ. (ସିପିଆରଆର ପ୍ରକଳ୍ପ), କୃତ୍ରିମ ବୁଦ୍ଧିମତ୍ତା ସହାୟତାରେ ସଡ଼କ ସୁରକ୍ଷା ଓ ପରିଚାଳନାଗତ ସମସ୍ୟା ଓ ଏହାର ସମାଧାନ ଗ୍ରହଣ ବିଷୟରେ ଆଲୋଚନା କରିଥିଲେ। ପ୍ରଯୁକ୍ତି ଆଧାରିତ ସ୍ଥାୟୀ ସମାଧାନ ମାଧ୍ୟମରେ ଏକ ଦୃଢ଼ ଓ ପାରଦର୍ଶୀ ସଡ଼କ ବିକାଶ ପାଇଁ ଆଗାମୀ ପଦକ୍ଷେପ ଉପରେ ପ୍ରଥମିକତା ଦେବାର ସଂକଳ୍ପ ସହ ଅଧିବେଶନ ଶେଷ ହୋଇଥିଲା।

Comments are closed.