ଭୁବନେଶ୍ୱର: ଦାରିଙ୍ଗିବାଡ଼ିରୁ ଚାନ୍ଦବାଲି । କୋରାପୁଟରୁ କଟକ । ଶୀତରେ ଥରିଲାଣି ପାଖାପାଖି ଅଧା ଓଡ଼ିଶା । ଖସୁଚି ପାରଦ । ବଢୁଛି ଜାଡ଼ । ରାଜ୍ୟରେ ୧୨ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ ତଳକୁ ଖସିଛି ।
ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗିବାଡ଼ିରେ ବଢିଛ ଥଣ୍ଡା । ସେଠାରେ ରାତିରେ ସର୍ବନିମ୍ନ ୯ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଫୁଲବାଣୀରେ ୧୧.୦, ସୋନପୁରରେ ୧୧.୪, ଅନୁଗୁଳରେ ୧୧.୬, ବାରିପଦାରେ ୧୨.୦, କେନ୍ଦୁଝରରେ ୧୨.୪ ଡିଗ୍ରୀ ସେଲସିୟସକୁ ଖସିଛି ତାପମାତ୍ରା ।
#୧୫ଡ଼ିଗ୍ରୀ ତଳେ #୧୨ସହର, ଓଡ଼ିଶାର କାଶ୍ମୀର #ଦାରିଙ୍ଗବାଡି ରେ ସର୍ବନିମ୍ନ ତାପମାତ୍ରା #୯ଡିଗ୍ରୀ #ଫୁଲବାଣୀ ୧୧.୦, #ସୋନପୁର ୧୧.୪, #ଅନୁଗୁଳ ୧୧.୬, #ବାରିପଦା ୧୨.୦, #କେନ୍ଦୁଝର ୧୨.୪, #ତାଳଚେର ୧୨.୫, #ଭବାନୀପାଟଣା ୧୩.୬, #ଝାରସୁଗୁଡା ୧୩.୮,#କୋରାପୁଟ ୧୪.୦ ,#କଟକ ୧୪.୫ ଏବଂ #ଚାନ୍ଦବାଲି ୧୪.୮ °C #ଭୁବନେଶ୍ୱର ୧୬.୦ °C pic.twitter.com/s3b3pvDqq2
— Meteorological Centre, Bhubaneswar (@mcbbsr) November 24, 2020
ତାଳଚେରରେ ୧୨.୫, ଭବାନୀପାଟଣାରେ ୧୩.୬, ଝାରସୁଗୁଡ଼ାରେ ୧୩.୮, କୋରାପୁଟରେ ୧୪.୦, କଟକରେ ୧୪.୫ ଓ ଚାନ୍ଦବାଲିରେ ରେକର୍ଡ ହୋଇଛି ୧୪.୮ଡିଗ୍ରୀ ସେଲସିୟସ୍ ତାପମାତ୍ରା । ଭୁବନେଶ୍ୱରରେ ତାପମାତ୍ରା ୧୬ ଡିଗ୍ରୀ ସେଲସିୟସକୁ ଖସିଛି । ରାଜ୍ୟର ବିଭିନନ୍ ଜିଲ୍ଲାରେ ସକାଳୁ ସକାଳଉ ଘନ କୁହୁଡ଼ି ପଡୁଛି । ଆଗକୁ ଆହୁରି ଖସିବ ପାରଦ । ବଢ଼ିବ ଶୀତ ।
Comments are closed.