Latest Odisha News

BREAKING NEWS

ବଢୁଛି ଜାଡ଼: ୧୫ ଡିଗ୍ରୀ ତଳେ ୧୨ଟି ସହର ତାପମାତ୍ରା

ଭୁବନେଶ୍ୱର: ଦାରିଙ୍ଗିବାଡ଼ିରୁ ଚାନ୍ଦବାଲି । କୋରାପୁଟରୁ କଟକ । ଶୀତରେ ଥରିଲାଣି ପାଖାପାଖି ଅଧା ଓଡ଼ିଶା । ଖସୁଚି ପାରଦ । ବଢୁଛି ଜାଡ଼ । ରାଜ୍ୟରେ ୧୨ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ ତଳକୁ ଖସିଛି ।

ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗିବାଡ଼ିରେ ବଢିଛ ଥଣ୍ଡା । ସେଠାରେ ରାତିରେ ସର୍ବନିମ୍ନ ୯ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଫୁଲବାଣୀରେ ୧୧.୦, ସୋନପୁରରେ ୧୧.୪, ଅନୁଗୁଳରେ ୧୧.୬, ବାରିପଦାରେ ୧୨.୦, କେନ୍ଦୁଝରରେ ୧୨.୪ ଡିଗ୍ରୀ ସେଲସିୟସକୁ ଖସିଛି ତାପମାତ୍ରା ।

ତାଳଚେରରେ ୧୨.୫, ଭବାନୀପାଟଣାରେ ୧୩.୬, ଝାରସୁଗୁଡ଼ାରେ ୧୩.୮, କୋରାପୁଟରେ ୧୪.୦, କଟକରେ ୧୪.୫ ଓ ଚାନ୍ଦବାଲିରେ ରେକର୍ଡ ହୋଇଛି ୧୪.୮ଡିଗ୍ରୀ ସେଲସିୟସ୍ ତାପମାତ୍ରା । ଭୁବନେଶ୍ୱରରେ ତାପମାତ୍ରା ୧୬ ଡିଗ୍ରୀ ସେଲସିୟସକୁ ଖସିଛି । ରାଜ୍ୟର ବିଭିନନ୍ ଜିଲ୍ଲାରେ ସକାଳୁ ସକାଳଉ ଘନ କୁହୁଡ଼ି ପଡୁଛି । ଆଗକୁ ଆହୁରି ଖସିବ ପାରଦ । ବଢ଼ିବ ଶୀତ ।

Leave A Reply

Your email address will not be published.