Latest Odisha News

BREAKING NEWS

ରାଜ୍ୟର ୧୨ଟି ସହରରେ ୧୪ ଡିଗ୍ରୀ ତଳେ ପାରଦ, ଫୁଲବାଣୀରେ ଅଧିକ ଶୀତ

ଭୁବନେଶ୍ୱର: ଧୀରେ ଧୀରେ ରାଜ୍ୟରେ ବଢୁଛି ଥଣ୍ଡା। ଅଧିକାଂଶ ଜିଲ୍ଲାରେ ଶୀତ ଲହରି । ଆଜି ରାଜ୍ୟର ୧୨ଟି ସହରରେ ୧୪ଡିଗ୍ରୀ ସେଲସିୟସ ତଳେ ରହିଛି ସର୍ବନିମ୍ନ ତାପମାତ୍ରା । କନ୍ଧମାଳ ଜିଲ୍ଲାରେ ତାପମାତ୍ରା ୯ ଡିଗ୍ରୀ ସେଲସିୟସ ତଳକୁ ଖସିଛି । ଫୁଲବାଣୀରେ ୮.୫ଡିଗ୍ରୀ ଓ ଦାରିଙ୍ଗିବାଡ଼ିରେ ୮.୮ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି ।

ଅନୁଗୁଳରେ ୧୦.୬, କୋରାପୁଟରୁ ୧୦.୬, ଭବାନୀପାଟଣାରେ ପାରଦ ରହିଛି ୧୧.୬ ଡିଗ୍ରୀ ସେଲସିୟସ । ସୁନ୍ଦରଗଡ, ବୌଦ୍ଧ, ତାଳଚେରରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ସେଲସିୟସ୍ ରହିଛି । ଢାରସୁଗୁଡ଼ାରେ ୧୩.୪, ବଲାଙ୍ଗିରରେ ୧୩.୫ ଡିଗ୍ରୀ ସେଲସିୟସ୍ ରହିଥିଲା ରାତିର ତାପମାତ୍ରା ।

ଏବେ ପାଗ ଶୁଖିଲା ରହିଛି । ଆଉ କିଛି ଦିନ ରହିପାରେ ଶୀତ ଲହରି । ଥଣ୍ଡା ସାଙ୍ଗକୁ ସକାଳୁ ସକାଳୁ ଘନ କୁହୁଡ଼ି ବି ପଡୁଛି । ଚାନ୍ଦବାଲି ଓ ରାୟଗଡ଼ାରେ ଅତି ଘନ କୁହୁଡ଼ି ପଡ଼ିଥିଲା । ଦୃଶ୍ୟମାନ ଦୂରତା ରହିଥିଲା ୪୦ମିଟର । ପାରଦୀପ, ସୋନପୁର, ବୌଦ୍ଧରେ ବି ଦୃଶ୍ୟମାନ ହୋଇଥିଲା ଘନ କୁହୁଡ଼ି । କଟକ, ଭୁବନେଶ୍ୱର, କୋରାପୁଟ ଓ ନୟାଗଡ଼ରେ ହାଲୁକା କୁହୁଡ଼ି ପଡ଼ିଥିଲା ।

Leave A Reply

Your email address will not be published.