Latest Odisha News

ବିହାରରେ ପ୍ରବଳ ଖରା ଓ ଅସମ୍ଭାଳ ସ୍ଥିତି, ଅଂଶୁଘାତରେ ୧୨ ଜଣଙ୍କ ମୃତ୍ୟୁ

ପାଟଣା: ବିହାରରେ ଗତ ଚାରି ଦିନ ଧରି ଲଗାତାର ତାପମାତ୍ରା ବୃଦ୍ଧି ପାଉଛି। ଜନଜୀବନ ଅସ୍ତବ୍ୟସ୍ତ ହେଲେଣି। ତାପମାତ୍ରା ବୃଦ୍ଧି ଯୋଗୁଁ ଲୋକେ ଚିନ୍ତିତ ଅଛନ୍ତି। ୨୦୨୪ର ଗ୍ରୀଷ୍ମପ୍ରବାହ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଛି । ଏହାରି ଭିତରେ ବିହାରରେ ଅଂଶୁଘାତରେ ଅନେକଙ୍କ ଜୀବନ ଯାଇଛି। ଅନେକ ଲୋକେ ଅଂଶୁଘାତ ରୋଗରେ ଆକ୍ରାନ୍ତ ହେଲେଣି। ରାଜ୍ୟରେ ଅଂଶୁଘାତରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି।

୧୨ ଜଣଙ୍କ ମୃତ୍ୟୁ ନେଇ ବିହାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ସେହିପରି ପ୍ରାୟ ୨୦ ଜଣ ଅଂଶୁଘାତ ରୋଗୀ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ବିହାରରେ ଗତ ଚାରି ଦିନ ଧରି ଲଗାତାର ତାପମାତ୍ରା ବୃଦ୍ଧି ପାଉଛି ଏବଂ ତାପମାତ୍ରା ବୃଦ୍ଧି ଯୋଗୁଁ ଲୋକମାନେ ଚିନ୍ତିତ ଅଛନ୍ତି। ଗତ ଗୁରୁବାର ୪୭ ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି। ଆଜି ଅନେକ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମପ୍ରବାହ ହେବା ଲାଗି ଚେତାବନୀ ଦିଆଯାଇଛି। ଯଦିଓ ଅନେକ ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ଅଛି, କିନ୍ତୁ ଏହା ଗରମରୁ ଅଧିକ ଆରାମ ଦେବ ନାହିଁ।

ପାଣିପାଗ ବିଭାଗ ଅନୁଯାୟୀ, ଆଜି ଶୁକ୍ରବାର ଦିନ ଦକ୍ଷିଣ କେନ୍ଦ୍ରୀୟ ଏବଂ ଦକ୍ଷିଣ ପଶ୍ଚିମ ବିହାରର ୧୧ଟି ଜିଲ୍ଲାରେ ହିଟ୍ ୱେଭ୍ ଲାଗି ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ଅତ୍ୟଧିକ ତାପମାତ୍ରା ସହିତ ହିଟ ୱେଭକୁ ନେଇ ହାଇ ଆଲର୍ଟ ଦିଆଯାଇଛି। ଏଥିସହ ଏହି ଜିଲ୍ଲାଗୁଡିକର ତାପମାତ୍ରା ୪୩ ଡିଗ୍ରୀରୁ ୪୭ ଡିଗ୍ରୀ ମଧ୍ୟରେ ରହିବ ବୋଲି ଆଶା କରାଯାଉଛି।

 

Comments are closed.