Latest Odisha News

BREAKING NEWS

ଗଞ୍ଜାମରେ ସଡ଼କ ଦୁର୍ଘଟଣା: ୧୨ ମୃତ

ବ୍ରହ୍ମପୁର: ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଖେମୁଣ୍ଡି କଲେଜ ସମ୍ମୁଖରେ ରବିବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାରେ ୧୨ଜଣଙ୍କ ମୃତ୍ୟୁ ହୋଇଛି । ପ୍ରାରମ୍ଭିକ ସୂଚନା ଅନୁଯାୟୀ, ବ୍ରହ୍ମପୁରରେ ଏକ ବିବାହ କାର୍ଯ୍ୟକ୍ରମରେ ସାମିଲ ହେବା ପରେ ଏକ ମିନି ବସ୍ ଦିଗପହଣ୍ଡି ଆଡ଼କୁ ଯାଉଥିଲା । ଏହି ସମୟରେ ବିପରିତ ଦିଗ ଅର୍ଥାତ ଗୁଡ଼ାରୀ ରାୟଗଡ଼ ପଟରୁ ଓଏସଆରଟିସିର ଏକ ବସ୍ ଆସୁଥିଲା ।

ରାତି ପ୍ରାୟ ଗୋଟାଏ ବେଳେ ଖେମୁଣ୍ଡି କଲେଜ ସମ୍ମୁଖରେ ଉଭୟ ବସ୍ ଭିତରେ ମୁହାଁମୁହିଁ ଧକ୍କା ହୋଇଥିଲା । ଖବର ମିଳିବା କ୍ଷଣ ଦିଗପହଣ୍ଡି ପୁଲିସ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ । ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୨ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ୭ଜଣ ଗୁରୁତର ଆହତଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସା ଚାଲିଛି । ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ, ବ୍ରହ୍ମପୁର ଉପଜିଲାପାଳ ଆଶୁତୋଷ କୁଲକର୍ଣ୍ଣି ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ଯାଇ ଆହତଙ୍କ ଚିକିତ୍ସା ସେବା ସଂପର୍କରେ ପଚାରି ବୁଝିଥିଲେ ।

Leave A Reply

Your email address will not be published.