Latest Odisha News

BREAKING NEWS

କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି; ୧୨ ଘଣ୍ଟା ପାଇଁ ବନ୍ଦ ଡାକରା

କଣ୍ଟାବାଞ୍ଜି: ଶନିବାର ୧୨ ଘଣ୍ଟା ବନ୍ଦ ରହିବ କଣ୍ଟାବାଞ୍ଜି। ଜିଲ୍ଲା ମାନ୍ୟତା ଦାବିରେ କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା ଦିଆଯାଇଛି। ଆଜି ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ କଞ୍ଜାବାଞ୍ଜି ୧୨ ଘଣ୍ଟା ବନ୍ଦ କରିବାକୁ ଡାକରା ଦିଆଯାଇଥିବା ବେଳେ ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସହରରେ ଗାଡ଼ି ମଟର ଚଳାଚଳ ଓ ଦୋକାନ ବଜାର ସବୁ ଏପର୍ଯ୍ୟନ୍ତ ବନ୍ଦ ରହିଛି।

ସମସ୍ତ ସରକାରୀ ଅଫିସ୍ କିମ୍ବା କାର୍ଯ୍ୟାନୁଷ୍ଠାନ ଯଥା- ବ୍ୟାଙ୍କ, ସରକାରୀ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜକୁ ମଧ୍ୟ ବନ୍ଦ ରଖିବାକୁ କୁହାଯାଇଛି। ତେବେ ଏହି ବନ୍ଦରୁ ଜରୁରୀକାଳୀନ ସେବା ଓ ପରୀକ୍ଷା ଚାଲିଥିବା ସ୍କୁଲ୍‌କୁ ବନ୍ଦରୁ ବାଦ ଦିଆଯାଇଥିବା ସୂଚନା ମିଳିଛି। ବନ୍ଦକୁ ସମର୍ଥନ କରି ତୁରେକେଲା, ମୁରିବାହାଲ, ବଙ୍ଗୋମୁଣ୍ଡା ମଧ୍ୟ ବନ୍ଦ ପାଳନ କରିଛି।

ବନ୍ଦ ପାଳନ ପାଇଁ ଆଜି ସକାଳେ ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ବିଭିନ୍ନ ସ୍ଥାନରେ ବନ୍ଦକୁ ସମର୍ଥନ ଦେବାକୁ ଅନୁରୋଧ କରୁଛନ୍ତି। ଏଥିରେ ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ସାମିଲ ହୋଇଥିବା ସୂଚନା ମିଳିଛି।

ନିକଟରେ ପଦ୍ମପୁରକୁକୁ ଜିଲ୍ଲା ମାନ୍ୟତା ଦେବାକୁ ରାଜ୍ୟ ସରକାର ଘୋଷଣା କରିଥିବା ବେଳେ କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦେବାକୁ ଦାବି ହେଇଆସୁଛି। ୧୯୯୨ ମସିହାରୁ ଏହି ଦାବି ହେଉଥିବା ବେଳେ ସରକାର ଶୁଣୁ ନଥିବା ଆନ୍ଦୋଳନକାରୀମାନେ ଦାବି କରିଛନ୍ତି। ଏହା ପୂର୍ବରୁ ମଧ୍ୟ ଜିଲ୍ଲା ମାନ୍ୟତା ଦାବିରେ ଗତବର୍ଷ ନଭେମ୍ବର ୨୪ ତାରିଖରେ କଣ୍ଟାବାଞ୍ଜିକୁ ବନ୍ଦ କରାଯାଇଥିଲା। ହେଲେ ଫଳ କିଛି ହେଉଥିବାର ଦେଖାଯାଉ ନାହିଁ।

Comments are closed.