Latest Odisha News

BREAKING NEWS

ବରଗଡ: ସୋହେଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା

ବରଗଡ : ବରଗଡ ଜିଲ୍ଲା ସୋହେଲା ବ୍ଲକରେ ସଚେତନ ନାଗରିକ ମ ଞ୍ଚ ପକ୍ଷରୁ ବୁଧବାର ଦିନ ୧୨ ଘଂଟିଆ ବନ୍ଦ ଡାକରା ଦିଆଯାଇଛି ।

ସବଡିଭିଜନ ମାନ୍ୟତା ଦାବିରେ ନାଗରିକ ମ ଞ୍ଚ ପକ୍ଷରୁ ସୋହେଲା ବ୍ଲକରେ ଏହି ବନ୍ଦ ଡାକରା ଦିଆଯାଇଥିବା ନେଇ ସୂଚନା ମିଳିଛି ।

ଏହି ବନ୍ଦ ପ୍ରଭାବରେ ସହରର ଦୋକାନ ବଜାର ସହ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିଛି । ଫଳରେ ଯାତାୟତ ବ୍ୟବସ୍ଥା ଅଳ୍ପ ବାଧାପ୍ରାପ୍ତ ହୋଇଥିବାବେଳେ ସାଧାରଣ ଲୋକଙ୍କ ସୁବିଧା ପାଇଁ ଜରୁରୀ କାଳୀନ ସେବା ସହ ଗାଡି ଚଳାଚଳ ସ୍ୱାଭାବିକ ରହିଛି ।

ଅନ୍ୟପକ୍ଷରେ ସବଡିଭିଜନର ମାନ୍ୟତା ପାଇଁ ପୂର୍ବରୁ କମିଟି ଦାବି କରି ଆସୁଥିବାବେଳେ ପ୍ରଶାସନ କୌଣସି ପଦକ୍ଷେପ ନେଉ ନ ଥିବାରୁ ଆଜି ବନ୍ଦ ଡାକରା ଦିଆଯାଇଛି ବୋଲି ନାଗରିକ ମଞ୍ଚ ପକ୍ଷରୁ ସୂଚନା ମିଳିଛି। ଏହି ବନ୍ଦକୁ ଅନେକ ବୁଦ୍ଧିଜୀବୀ, ସାଧାରଣ ଜନତାଙ୍କ ସମେତ ବହୁ ରାଜନୈତିକ ଦଳ ସମର୍ଥନ କରିଥିବା ନେଇ ଜଣାପଡିଛି।

ଆହୁରି ମଧ୍ୟ ଏହି ବନ୍ଦ ବେଳେ ବିକ୍ଷୋଭକାରୀଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଇଥିଲା । ଏଥିସହିତ ଶାନ୍ତି ଶୃଙ୍ଖଳା ସହ ବନ୍ଦ ପାଳନ କରାଯାଇଥିବା ନେଇ ଆନ୍ଦୋଳନକାରୀଙ୍କ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.