Latest Odisha News

BREAKING NEWS

୬ ଦଫା ଦାବି ନେଇ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ, ଜୀବନଯାତ୍ରା ଠପ୍

ନବରଙ୍ଗପୁର: ଆଜି ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ । ୬ ଦଫା ଦାବି ନେଇ ନବରଙ୍ଗପୁର ଜିଲ୍ଲା ବନ୍ଦ ଡାକରା ଦେଇଛି । ଏହି ବନ୍ଦ ଡାକରା ସକାଳ ୬ ଟା ରୁ ସନ୍ଧ୍ୟା ୬ ଯାଏଁ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି । ଯାହାର ପ୍ରଭାବ ଅନେକ କ୍ଷେତ୍ରରେ ପରିଲିକ୍ଷିତ ହୋଇଛି ।

୬ ଦଫା ଦାବି ଭିତରେ ରହିଛି ନବରଙ୍ଗପୁର-ଜୟପୁର ରେଳପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜମି ଅଧିଗ୍ରହଣରେ ଅହେତୁକ ବିଳମ୍ବ, ଜିଲ୍ଲାର ୨ଟି ମହାବିଦ୍ୟାଳୟ ଉମରକୋଟ ପେଣ୍ଡରାଣି ମହବବିଦ୍ୟାଳୟ ଓ ନବରଙ୍ଗପୁର ମହାବିଦ୍ୟାଳୟ କୁ ସରକାରୀ ମାନ୍ୟତା ପ୍ରଦାନ କରିବାକୁ ଦାବି ଏହିପରି ଆଉ ୪ ବିଷୟ କୁ ନେଇ ବିଜେପି ଯୁବ ମୋର୍ଚ୍ଚା ଏହି ବନ୍ଦ ଡାକରା ଦେଇଛି ।

ତେବେ ଏହି ବନ୍ଦରେ ସ୍କୁଲ, କଲେଜ, ବ୍ୟାଙ୍କ, ଦୋକାନ ବଜାର ବନ୍ଦ ରହିଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ ଓ ଜରୁରୀ ସେବା କୁ ଛାଡିଦେଲେ ବାକି ସବୁ ବନ୍ଦ ରହିଛି । ବନ୍ଦ କାରଣରୁ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଫଳରେ ହନ୍ତସନ୍ତ ହେଉଛନ୍ତି ଲୋକେ ।

Leave A Reply

Your email address will not be published.