Latest Odisha News

କୋଶଳ ପ୍ରଦେଶ ଦାବି ନେଇ ପଶ୍ଚିମ ଓଡ଼ିଶାରେ  ୧୨ ଘଣ୍ଟିଆ ବନ୍ଦ ଡାକରା

ସମ୍ବଲପୁର : ପଶ୍ଚିମ ଓଡିଶାର ବାରଟି ଜିଲ୍ଲାରେ କୋଶଲ ସେନା ଓ କୋଶଲ ରାଏଜ ମୁକ୍ତି ମୋର୍ଚ୍ଚା ପକ୍ଷରୁ ସ୍ବତନ୍ତ୍ର କୋଶଳ ପ୍ରଦେଶ ଗଠନ ଦାବିରେ ୧୨ଘଣ୍ଟିଆ ମହାବନ୍ଦ ଡାକରା ଦିଆଯାଇଛି ।  ବନ୍ଦର ପ୍ରଭାବ ବିଭିନ୍ନ ଅଂଚଳରେ ପଡିଛି । ସହରାଞ୍ଚଳରେ  ଯାତାୟତ ପୁରା ଠପ ହୋଇଥିବା ସହ ଦୋକାନ ବଜାର ବନ୍ଦ ରହିଛି । ସମ୍ବଲପୁରରେ, ବଲାଙ୍ଗୀରରେ ବନ୍ଦର ପ୍ରଭାବ ଅଧିକ ରହିଛି ।

କୋଶଲ ସେନା ଓ କୋଶଲ ରାଏଜ ମୁକ୍ତି ମୋର୍ଚ୍ଚା ସମେତ ବିଭିନ୍ନ ସାମାଜିକ ସଂଗଠନ ଏଥିରେ ସାମିଲ ହୋଇ ପିକେଟିଂ କରୁଛନ୍ତି । ବିଭିନ୍ନ  ଛକ ଓ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ କରାଯାଇ ବନ୍ଦକୁ ସମର୍ଥନ କରିବା ପାଇଁ କହୁଛନ୍ତି ଆନ୍ଦୋଳନକାରୀ।  ଅଫିସ, ସ୍କୁଲ ଓ ବଜାର ପ୍ରମୁଖ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ତେବେ ଡାକ୍ତରଖାନା ଏବଂ ଆମ୍ବୁଲାନସରେ ରୋଗୀସେବାକୁ ଏହି ବନ୍ଦରୁ ବାଦ ଦିଆଯାଇଛି ।

କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ମଧ୍ୟ ଶାନ୍ତି ଶୃଙ୍ଖଳା ସହ ବନ୍ଦ ପାଳନ କରାଯାଉଛି । ବନ୍ଦ ପାଳନ ପ୍ରଭାବରେ କେସିଙ୍ଗା ସହରର ସମସ୍ତ ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ, ସ୍କୁଲ, କଲେଜ, ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଆଦି ବନ୍ଦ ରହିଛି ।

ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି । ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଭାବେ ଆୟୋଜିତ ହୋଇଛି ବୋଲି ସଂଗଠନ ତରଫରୁ ସୂଚନା ମିଳିଛି । ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ବିଭିନ୍ନ ଛକରେ ପୁଲିସ ମୁତୟନ ହୋଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.