Latest Odisha News

BREAKING NEWS

ଜର୍ଜିଆର ଏକ ରିସର୍ଟରେ ୧୨ ଭାରତୀୟଙ୍କ ମୃତ୍ୟୁ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଜର୍ଜିଆର ଏକ ମାଉଣ୍ଟେନ ରିସର୍ଟର ଭାରତୀୟ ହୋଟେଲରେ ୧୨ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ ଭାରତୀୟ ଥିବା ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ରିସର୍ଟ ଭିତରେ ବିଷାକ୍ତ କାର୍ବନ ମନୋକ୍ସାଇଡ ଗ୍ୟାସରୁ ୧୨ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହି ଘଟଣାରେ ପୋଲିସ ଜର୍ଜିଆର ଅପରାଧିକ ଆଇନର ଧାରା ୧୧୬ ଅନୁସାରେ ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ଜର୍ଜିଆର ଗୁଡୈରିସ୍ଥିତ ପାହାଡ଼ିଆ ଅଞ୍ଚଳରେ ଥିବା ଏକ ରିସର୍ଟରେ ବିଦ୍ୟୁତ୍‌ ସରବରାହ ବ୍ୟାହତ ହେବାରୁ ରିସର୍ଟର ୧୨ ଜଣ କର୍ମଚାରୀ ଘର ଭିତରେ ଥିବା ଏକ ଜେନେରେଟର ଚଳାଇ କବାଟ ଝରକା ଭିତର ପଟୁ ଦେଇ‌ ଶୋଇଥିଲେ । ଫଳରେ ଘର ଭିତରେ ଅମ୍ଳଜାନର ଅଭାବ ହେବା ସହ ଜେନେରେଟରରୁ ନିର୍ଗତ ଅଙ୍ଗାରକାମ୍ଳ ଚାରିଆଡେ ବ୍ୟାପି ଯାଇଥିଲା । ତେବେ ବିଷାକ୍ତ କାର୍ବନ ମନୋକ୍ସାଇଡ୍‌ ଗ୍ୟାସ୍‌ ବ୍ୟାପିବାରୁ ଏହି ଅଘଟଣ ଘଟିଥିବା ନେଇ ସ୍ଥାନୀୟ ଅଧିକାରୀ ଆଶଙ୍କା କରୁଛନ୍ତି। ଜର୍ଜିଆର ରାଜଧାନୀ ତିବ୍ଲିସିସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

ତେବେ ମୃତ ୧୨ ଜଣଙ୍କ ମଧ୍ୟରୁ ୧୧ ଜଣ ଭାରତୀୟ ନାଗରିକ ଥିବା ବେଳେ ଜଣେ ଜର୍ଜିଆର ନାଗରିକ । ସେମାନଙ୍କ ମୃତଦେହକୁ ରେସ୍ତୋରାଁର ଦ୍ବିତୀୟ ମହଲାରେ ଥିବା ସେମାନଙ୍କ ଶୟନ କକ୍ଷରୁ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତିମାନଙ୍କ ଶରୀରରୁ କୌଣସି କ୍ଷତ ଚିହ୍ନ ମିଳି ନ ଥିବା ଜର୍ଜିଆର ଗୃହ ମନ୍ତ୍ରଣାଳୟ କହିଛି। ମୃତଦେହଗୁଡ଼ିକର ବ୍ୟବଚ୍ଛେଦ ପରେ ମୃତ୍ୟୁର ସଠିକ କାରଣ ଜଣାପଡ଼ିବ। ଘଟଣାକୁ ନେଇ ତଦନ୍ତ ଚାଲିଥିବା ସ୍ଥାନୀୟ ଅଧିକାରୀ କହିଛନ୍ତି।

Comments are closed.