ଦୋହା: କତାରର ରାସ ଲାଫାନ ତରଳ ପ୍ରାକୃତିକ ଗ୍ୟାସ (LNG) କମ୍ପ୍ଲେକ୍ସରେ ଏକ ବଡ଼ ବିସ୍ଫୋରଣରେ ୧୨ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି।
ଦୋହାରେ ଥିବା ଭାରତୀୟ ଦୂତାବାସ ମୃତ୍ୟୁ ସଂଖ୍ୟାକୁ ସ୍ପଷ୍ଟ କରିଛି। ଯାହା ଫଳରେ ମୋଟ ସଂଖ୍ୟା ୧୩ରେ ପହଞ୍ଚିଛି। ଦୂତାବାସ ପୀଡିତଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରି କହିଛି ଯେ ଏହି ଘଟଣାରେ ଆହତ ସମସ୍ତ ବ୍ୟକ୍ତିଙ୍କ ଅବସ୍ଥା ସ୍ଥିର ଅଛି ଏବଂ ସେମାନେ ଚିକିତ୍ସାଧିନ ରହିଛନ୍ତି। ପୂର୍ବରୁ କତାରର ଶକ୍ତି ମନ୍ତ୍ରୀ ଏବଂ କତାର ଶକ୍ତିର ମୁଖ୍ୟ କାର୍ଯ୍ୟନିର୍ବାହୀ ସାଦ ଅଲ-କାବି କହିଛନ୍ତି ଯେ ମୃତକମାନେ ଭାରତୀୟ ଏବଂ ପାକିସ୍ତାନୀ ନାଗରିକ।
ଦେଶର ପ୍ରମୁଖ ଏଲଏନଜି ଉତ୍ପାଦନ ଏବଂ ରପ୍ତାନି କେନ୍ଦ୍ର ରାସ ଲାଫାନ ଶିଳ୍ପ ନଗରୀର ଏକ ଅଂଶରେ ବିସ୍ଫୋରଣ ଘଟିଥିଲା। କତାର କର୍ତ୍ତୃପକ୍ଷ ଏହାକୁ ଏକ ଯାନ୍ତ୍ରିକ ଦୁର୍ଘଟଣା ବୋଲି କହିବା ସହ ତଦନ୍ତ ଆରମ୍ଭ କରିଛନ୍ତି।
କତାରର ଦୋହାରେ ଥିବା ଭାରତୀୟ ଦୂତାବାସର ଅଧିକାରୀମାନେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଏକ ପୋଷ୍ଟରେ ଏହି ଖବରକୁ ସ୍ପଷ୍ଟ କରି କହିଛନ୍ତି, “ରବିବାର ରାତିରେ ଘଟିଥିବା ରାସ ଲାଫାନ ଶିଳ୍ପ ନଗରୀ ଦୁର୍ଘଟଣାରେ ଦୁର୍ଭାଗ୍ୟବଶତଃ ୧୨ ଜଣ ଭାରତୀୟ ନାଗରିକ ପ୍ରାଣ ହରାଇଛନ୍ତି। ଏହି ଦୁଃଖର ମୁହୂର୍ତ୍ତରେ ଆମେ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ପ୍ରକାଶ କରୁଛୁ ଏବଂ ସ୍ୱର୍ଗତଃ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରୁଛୁ।”
Comments are closed.