ଭୁବନେଶ୍ବର : ସାରା ରାଜ୍ୟରେ କରୋନା ମହାମାରୀ ଉପରମୁହାଁ ହେଲାଣି । ଲଗାତର ଭାବେ ଏବେ ୬ ହଜାର ଉପରେ ରହୁଛି ସଂକ୍ରମିତ । ତେବେ ସବଠୁ ଅଧିକ ଚିନ୍ତା ବଢ଼ାଇଛି ପଶ୍ଚିମ ଓଡ଼ିଶା । ଏଠାରୁ ପଜିଟିଭ୍ ହାର ବଢ଼ି ଚାଲିଥିବାରୁ ମୁକାବିଲା ପାଇଁ ୧୨ ଜଣ OAS ଅଧିକାରୀଙ୍କୁ ପଶ୍ଚିମ ଓଡ଼ିଶାକୁ ପଠାଯାଇଛି । ଏହି ୧୨ ଅଧିକାରୀଙ୍କ ମଧ୍ୟରେ ନୂଆପଡ଼ା ଯାଇଛନ୍ତି ବିବେକାନନ୍ଦ ସାହୁ, ହେମନ୍ତ ସିଂହ ଓ ଶ୍ବେତ କୁମାର ଦାସ । ସେହିପରି ବଲାଙ୍ଗିର ଯାଇଛନ୍ତି ଅଯୋଧ୍ୟାକାନ୍ତ ଶତପଥୀ ଓ ଦିଲ୍ଲୀପ ମହାପାତ୍ର । ବରଗଡ଼ ଜିଲ୍ଲାକୁ ଯାଇଛନ୍ତି ଦୁର୍ଗା ପ୍ରସାଦ ମହାପାତ୍ର ଓ ଧିରେନ୍ଦ୍ରନାଥ କର । ସେହିପରି ସମ୍ୱଲପୁର ଜିଲ୍ଲାକୁ ମଧୁସୂଦନ ବେହେରା, ପ୍ରଭାତ ସାହୁ ଓ ସନ୍ତୋଷ ଦାସ ଯାଇଥିବା ବେଳେ, ସୁନ୍ଦରଗଡ଼ ଜିଲ୍ଲାକୁ ଯାଇଛନ୍ତି ଆଶିଷ ଜେନା ଓ ଦେବାଶିଷ ପଟ୍ଟନାୟକ । ଏହି ୧୨ OAS ଅଧିକାରୀଙ୍କୁ ତୁରନ୍ତ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
BREAKING NEWS
- ଆମ ପୃଥିବୀର ବୟସ କେତେ, ବୈଜ୍ଞାନିକମାନେ ଏହାକୁ କିପରି ନିର୍ଣ୍ଣୟ କରିଥିଲେ ଜାଣନ୍ତୁ?
- ଦେଢ଼ କିଲୋମିଟର ଦୂରରୁ ଝଲସିବ ଶ୍ରୀମନ୍ଦିର, ଲାଗିବ ଲେଜର ୩ଡି ମ୍ୟାପିଙ୍ଗ ଲାଇଟ୍
- ହେମିଲଟନଙ୍କ ସହ ଯୋଡାଯାଉଛି ଯଶସ୍ୱୀଙ୍କ ନାମ
- India’s Most Advanced Atomic Reactor: ଉନ୍ନତ ପରମାଣୁ ରିଆକ୍ଟରରେ ଦୁନିଆର ଦ୍ୱିତୀୟ ‘ସୁପରପାୱାର’ ଭାରତ, ପୂରଣ ହେଲା ଭାଭାର ସ୍ୱପ୍ନ
- ସିଜିମାଳୀରେ ଉତ୍ତେଜନା: ବିକ୍ଷୋଭକାରୀ ପୁଲିସ ମଧ୍ୟରେ ଧସ୍ତାଧସ୍ତି, ୧୬୩ ଧାରା ଜାରି
- Pakistan Imposes ‘Smart Lockdown’:ପାକିସ୍ତାନରେ ଲାଗିଲା ‘ସ୍ମାର୍ଟ ଲକଡାଉନ୍’, ବଡ଼ ଘୋଷଣା କଲେ ଶାହାବାଜ୍ ସରକାର
- ଯାଜପୁରରେ ଫୁଟିଲା ଗୁଳି, ଚିକିତ୍ସାଧୀନ ଅବସ୍ଥାରେ ଯୁବକ ମୃତ
- Saudi-Bahrain bridge closed: ଟ୍ରମ୍ପଙ୍କ ଧମକ ପରେ ଇସ୍ରାଏଲକୁ ଇରାନର ଚେତାବନୀ, ବନ୍ଦ୍ ହେଲା ସାଉଦି-ବାହରିନ ସେତୁ
- Virat Kohli Seen ‘Dhurandhar 2’ : ‘ଦେଖିନଥିଲି ଏମିତି ସିନେମା…’, ରଣବୀର ସିଂହଙ୍କ ‘ଧୁରନ୍ଧର ୨’ ଦେଖି ପୁରା ଫିଦା ବିରାଟ କୋହଲି
- ଅଡୁଆ କରୁଛନ୍ତି ମନ୍ତ୍ରୀ, ସଜାଡୁଛନ୍ତି ସଚିବ
Comments are closed.