ଭୁବନେଶ୍ବର : ସାରା ରାଜ୍ୟରେ କରୋନା ମହାମାରୀ ଉପରମୁହାଁ ହେଲାଣି । ଲଗାତର ଭାବେ ଏବେ ୬ ହଜାର ଉପରେ ରହୁଛି ସଂକ୍ରମିତ । ତେବେ ସବଠୁ ଅଧିକ ଚିନ୍ତା ବଢ଼ାଇଛି ପଶ୍ଚିମ ଓଡ଼ିଶା । ଏଠାରୁ ପଜିଟିଭ୍ ହାର ବଢ଼ି ଚାଲିଥିବାରୁ ମୁକାବିଲା ପାଇଁ ୧୨ ଜଣ OAS ଅଧିକାରୀଙ୍କୁ ପଶ୍ଚିମ ଓଡ଼ିଶାକୁ ପଠାଯାଇଛି । ଏହି ୧୨ ଅଧିକାରୀଙ୍କ ମଧ୍ୟରେ ନୂଆପଡ଼ା ଯାଇଛନ୍ତି ବିବେକାନନ୍ଦ ସାହୁ, ହେମନ୍ତ ସିଂହ ଓ ଶ୍ବେତ କୁମାର ଦାସ । ସେହିପରି ବଲାଙ୍ଗିର ଯାଇଛନ୍ତି ଅଯୋଧ୍ୟାକାନ୍ତ ଶତପଥୀ ଓ ଦିଲ୍ଲୀପ ମହାପାତ୍ର । ବରଗଡ଼ ଜିଲ୍ଲାକୁ ଯାଇଛନ୍ତି ଦୁର୍ଗା ପ୍ରସାଦ ମହାପାତ୍ର ଓ ଧିରେନ୍ଦ୍ରନାଥ କର । ସେହିପରି ସମ୍ୱଲପୁର ଜିଲ୍ଲାକୁ ମଧୁସୂଦନ ବେହେରା, ପ୍ରଭାତ ସାହୁ ଓ ସନ୍ତୋଷ ଦାସ ଯାଇଥିବା ବେଳେ, ସୁନ୍ଦରଗଡ଼ ଜିଲ୍ଲାକୁ ଯାଇଛନ୍ତି ଆଶିଷ ଜେନା ଓ ଦେବାଶିଷ ପଟ୍ଟନାୟକ । ଏହି ୧୨ OAS ଅଧିକାରୀଙ୍କୁ ତୁରନ୍ତ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
BREAKING NEWS
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
Comments are closed.