Latest Odisha News

BREAKING NEWS

ରାଜ୍ୟସଭାରେ ବିଶୃଙ୍ଖଳିତ ଆଚରଣ ପାଇଁ ୧୨ ସଦସ୍ୟ ନିଲମ୍ବିତ

ଦିଲ୍ଲୀ: ରାଜ୍ୟସଭାରେ ବିଶୃଙ୍ଖଳିତ ଆଚରଣ ପାଇଁ ୧୨ ଜଣ ସଦସ୍ୟ ନିଲମ୍ବିତ । ବାକି ଥିବା ଶୀତ ଅଧିବେଶନ ଅବଧି ପର୍ଯ୍ୟନ୍ତ ସମ୍ପୃକ୍ତ ସଦସ୍ୟମାନଙ୍କୁ ନିଲମ୍ବିତ କରାଯାଇଛି । ଆଜି ସଂସଦରେ ଶୀତ ଅଧିବେଶନ ଆରମ୍ଭ ହୋଇଥିବା ବେଳେ କୃଷି ଆଇନ ସମେତ ବିଭିନ୍ନ ପ୍ରସଙ୍ଗକୁ ନେଇ ହଙ୍ଗମା କରିଥିଲେ ବିରୋଧୀ ।

ନିଲମ୍ବିତ ସାଂସଦଙ୍କ ମଧ୍ୟରେ ୬ ଜଣ କଂଗ୍ରେସରୁ ଥିବା ବେଳେ, ୨ ଜଣ ଟିଏମସି, ୨ ଜଣ ଶିବସେନା ଓ ସିପିଏମ ଓ ସିପିଆଇରୁ ଜଣେ ଲେଖାଁଏ ଅଛନ୍ତି । ସମ୍ପୃକ୍ତ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ ଓ ହୋହଲ୍ଲା କରିବା ସହ ଗୃହ କାର୍ଯ୍ୟକୁ ବାଧାପ୍ରାପ୍ତ କରିଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଗୃହ କାର୍ଯ୍ୟ ଆରମ୍ଭ ହେବା ଭଭୟ ସଦନରେ ବିରୋଧୀମାନେ ବିଭିନ୍ନ ପ୍ରସଙ୍ଗରେ ନାରାବାଜି କରିଥିଲେ। ସେମାନେ ୩ କୃଷି ଆଇନ ରଦ୍ଦ ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରିଥିଲେ। ତେବେ ହୋହଲ୍ଲା ପାଟିତୁଣ୍ଡ ଭିତରେ ଉଭୟ ଲୋକସଭା ଓ ରାଜ୍ୟ ସଭାରେ ୩ କୃଷି ଆଇନ ଉଚ୍ଛେଦ ବିଲ ପାରିତ ହୋଇଛି ।

ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧୀ ସାଂସଦମାନେ ଲୋକସଭାରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଏହା ପରେ ଗୃହକୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା । କଂଗ୍ରେସ ସଦସ୍ୟମାନେ ସଂସଦ ବାହାରେ ଥିବା ଗାନ୍ଧୀ ମୂର୍ତ୍ତି ନିକଟରେ ପ୍ରଦର୍ଶନ କରି ସମସ୍ତ ତିନୋଟି କୃଷି ଆଇନ ପ୍ରତ୍ୟାହାର ସହ ଏମଏସପି ଗ୍ୟାରେଣ୍ଟି ଆଇନ ଲାଗୁ କରିବାକୁ ଦାବି କରିଥିଲେ ।

ନିଲମ୍ବିତ ହୋଇଥିବା ରାଜ୍ୟସଭା ସଦସ୍ୟ ମାନେ ହେଲେ: ଏଲାମରାମ କରୀମ, ଫୁଲୋଦେବୀ ନେତମ୍ , ଛାୟା ବର୍ମା, ରିପୁନ୍ ବୋରା , ବିନୟ ବିଶ୍ୱମ୍ , ରାଜାମଣି ପଟେଲ୍‌, ଦୋଳ ସେନ୍ , ଶାନ୍ତା ଛେତ୍ରୀ , ସୟିଦ ନାସିର୍ ହୁସେନ୍ , ପ୍ରିୟଙ୍କା ଚତୁର୍ବେଦୀ , ଅନୀଲ ଦେଶାଇ ଓ ଅଖିଳେଶ ପ୍ରସାଦ ସିଂ ବୋଲି ଜଣାପଡିଛି ।

ଏମାନଙ୍କୁ ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବିତ କରାଯାଇଛି ।

Leave A Reply

Your email address will not be published.