Latest Odisha News

BREAKING NEWS

ଦକ୍ଷିଣ ଆଫ୍ରିକାରୁ ଆସିଲା ୧୨ ଚିତା; ଆଜି କୁନୋ ଜାତୀୟ ଉଦ୍ୟାନରେ ଛଡ଼ାଯିବ

ଭୋପାଳ: କିଛି ମାସ ତଳେ ନାମିବିୟାରୁ ଭାରତକୁ ୧୨ ଚିତାବାଘ ଅଣାଯାଇଥିଲା। ଏବେ ପୁଣି ଦକ୍ଷିଣ ଆଫ୍ରିକାରୁ ଆଉ ୧୨ଟି ଚିତା ଅଣାଯାଇଛି। ଶନିବାର ସକାଳେ ବାୟୁସେନାର C-17 ଗ୍ଲୋବ୍ ମାଷ୍ଟର ବିମାନ ୧୨ ଚିତାବାଘ ଧରି ମଧ୍ୟପ୍ରଦେଶର ଗ୍ୱାଲିୟରରେ ପହଞ୍ଚିଛି। ନିୟମଗତ ସବୁ କାର୍ଯ୍ୟ ସରିବା ପରେ ଚିତାଗୁଡ଼ିକୁ ଦିନ ୧୧ରେ ସିଓପୁର ଜିଲ୍ଲା କୁନୋ ଜାତୀୟ ଉଧ୍ୟାନକୁ ହେଲିକପ୍ଟର ଯୋଗେ ସ୍ଥାନାନ୍ତରଣ କରାଯାଇଛି।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଓ ପରିବେଶ ମନ୍ତ୍ରୀ ଭୁପେନ୍ଦ୍ରର ଯାଦବ ଚିତାଗୁଡ଼ିକୁ ସଂଗରୋଧ ଖୁଆଡ଼ରେ ଛାଡ଼ିବାର କାର୍ଯ୍ୟକ୍ରମ ରହିଛି। ଶନିବାର ଦକ୍ଷିଣ ଆଫ୍ରିକାରୁ ଅଣାାଇଥିବା ୧୨ ଚିତା ମଧ୍ୟରୁ ୭ ଅଣ୍ଡିରା ଚିତା ଥିବା ବେଳେ ୫ ଟି ମାଇ ଚିତା ଅଛନ୍ତି।

ସୂଚନା ଥାଉକି ଭାରତରେ ଲୁପ୍ତ ହୋଇଯାଇଥିବା ଚିତାବାଘର ବଂଶ ବିସ୍ତାର ଓ ଏହାର ସଂରକ୍ଷଣ ପାଇଁ ୨୦୨୧ରେ ରିପବ୍ଲିକ୍ ଅଫ୍ ସାଉଥ୍ ଆଫ୍ରିକା ସହ ଚୁକ୍ତି କରିଥିଲେ କେନ୍ଦ୍ର ସରକାର। ପ୍ରୋଜେକ୍ଟ ଚିତା ଅଭିଯାନରେ ଆସନ୍ତା ୫ ବର୍ଷ ଯାଏ ଆଫ୍ରିକୀୟ ରାଷ୍ଟ୍ରରୁ ୧୦-୧୨ ଚିତା ଆଣିବାକୁ ନିଷ୍ପତ୍ତି ହୋଇଛି।

12 African Cheetahs To Arrive In Madhya Pradesh's Kuno National Park Today | All You Need To Know

ଗତବର୍ଷ ନାମିବିୟାରୁ ୮ ଟି ଚିତା ଅଣାଯାଥିଲା। ପ୍ରଧାନମନ୍ତ୍ରୀ ନିଜ ଜନ୍ମଦିନରେ ସେପ୍ଟେମ୍ବର ୧୭ ତାରିଖରେ ଏହି ଚିତାଗଡ଼ୁକୁ କୁନୋ ପାର୍କରେ ଛାଡ଼ିଥିଲେ।

 

Comments are closed.