ବ୍ରହ୍ମପୁର: ଗତ କିଛି ଦିନ ହେଲା ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପରିସରରେ ବୁଲା କୁକୁରର ଦୌରାତ୍ମ ଦେଖିବାକୁ ମିଳିଥିଲା। ତେବେ ଏହାକୁ ରୋକିବା ପାଇଁ ବିଶ୍ବବିଦ୍ୟାଳୟର କେତକ କର୍ମଚାରୀଙ୍କ ଅମାନବୀୟ କାଣ୍ଡକୁ ଏବେ ସବୁ ମହଲରୁ ନିନ୍ଦା କରାଯାଉଛି।
ଘଟଣା ହେଲା, ମଙ୍ଗଳବାର ବାଳିକା ହଷ୍ଟେଲ ପରିସରରେ ୧୨ଟି ବୁଲା କୁକୁରକୁ କେତେକ କର୍ମଚାରୀ ବାନ୍ଧି ଦେଇଥିଲେ । କୁକୁରଗୁଡ଼ିକର ଗୋଡ ଏବଂ ମୁହଁକୁ ରଶିରେ ବାନ୍ଧି ଦେଇ ଏକ କୋଠରୀରେ ବନ୍ଦ କରିଦେଇଥିଲେ । ବୁଧୁବାର କୁକୁରଗୁଡ଼ିକର ଖାଦ୍ୟରେ ବିଷ ଦେଇ ମାରିବାକୁ ଯୋଜନା ରହିଥିବା ସୂଚନା ମିଳିଥିଲା । ଏହି ଘଟଣା ନେଇ ହଷ୍ଟେଲରେ ରହୁଥିବା କିଛି ଛାତ୍ରୀ ବ୍ରହ୍ମପୁର ଜୀବ ସୁରକ୍ଷା ସଂଘର ସଭାନେତ୍ରୀ ରୋନାଲି ପାଣିଗ୍ରାହୀଙ୍କୁ ଫୋନ ଯୋଗେ ସୂଚନା ଦେଇଥିଲେ। ଅପରାହ୍ନ ପ୍ରାୟ ୪ଟା ବେଳେ ରୋନାଲିଙ୍କ ସମେତ ବଳରାମ ମହାନ୍ତି, ବିଷ୍ଣୁପ୍ରିୟା ପାତ୍ର ପ୍ରମୁଖ ଭଞ୍ଜବିହାର ଫାଣ୍ଡିରେ ପହଞ୍ଚି ପୋଲିସକୁ ସୂଚନା ଦେଇଥିଲେ । ସାଥୀରେ ପୋଲିସକୁ ନେଇ ଛାତ୍ରୀ ନିବାସକୁ ଯାଇଥିଲେ । ସେଠାରେ ବନ୍ଧା ହୋଇଥିବା କୁକୁରକୁ ଉଦ୍ଧାର କରାଯାଇଛି। ଏହାକୁ କିନ୍ତୁ ହଷ୍ଟେଲ ୱାର୍ଡେନ ପ୍ରଫେସର ସୁଶାନ୍ତ ବରାଳ ଏବଂ କେତେକ ଛାତ୍ରଛାତ୍ରୀ ବିରୋଧ କରିଥିଲେ । ଫଳରେ ଘଟଣା ସ୍ଥଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ତଥାପି କୁକୁରକୁ ଉଦ୍ଧାର କରାଯାଇ ଛାଡ଼ି ଦିଆଯାଇଛି। ସଂଘର ସଭାନେତ୍ରୀ ପାଣିଗ୍ରାହୀଙ୍କ କହିବାନୁଯାୟୀ, ୧୨ଟି ବନ୍ଧା କୁକୁରଙ୍କୁ ଉଦ୍ଧାର କରି ଛଡ଼ାଯାଇଛି। ବୁଧବାର ବ୍ରହ୍ମପୁର ଏସପିଙ୍କ ସହ ଯୋଗାଯୋଗ କରି ଲିଖିତ ଅଭିଯୋଗ କରିବେ ବୋଲି ସୂଚନା ଦେଇଛନ୍ତି। ଏ ନେଇ ହଷ୍ଟେଲ ୱାଡେନ ପ୍ରଫେସର୍ ବରାଳ କହିଥିଲେ ଯେ, ଛାତ୍ରୀମାନେ କୁକୁର କାମୁଡିବା ଭୟ ନେଇ ଅଭିଯୋଗ କରିଥିଲେ। ବ୍ରହ୍ମପୁର ମହାନଗର ନିଗମ ଏବଂ ବିଶ୍ବବିଦ୍ୟାଳୟ କର୍ମଚାରୀମାନେ କୁକୁରକୁ ଅନ୍ୟତ୍ର ନେବାକୁ ବାନ୍ଧିଥିଲେ ବୋଲି କହିଛନ୍ତି।
BREAKING NEWS
- ୭୯ ଲକ୍ଷ ଟଙ୍କା ହେରଫେର୍ ମାମଲାରେ ଯମନକିରା ଲ୍ୟାମ୍ପସର ପୂର୍ବତନ ଏମ୍ଡି ଗିରଫ
- ସାମୀଙ୍କୁ ନେଇ ଚୟନ କମିଟିଙ୍କ ୟୁ ଟର୍ଣ୍ଣ, ଖେଳି ପାରନ୍ତି ନ୍ୟୁଜିଲାଣ୍ଡ ବିପକ୍ଷ ସିରଜ
- ‘ବ୍ୟାଟଲ୍ ଅଫ୍ ଗାଲୱାନ୍’ ଟିଜର ରିଲିଜ୍; ଚିହିଁକିଲା ଚୀନ
- ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା
- January 2026 Five Rare Rajyog:ଜାନୁଆରୀରେ ୫ଦୁର୍ଲଭ ରାଜଯୋଗ;ଏହି ରାଶିମାନଙ୍କ ଫିଟିବ ଭାଗ୍ୟ
- ତାମିଲନାଡୁରେ ଓଡ଼ିଆଙ୍କ ମୃତ୍ୟୁ; ତଦନ୍ତ ପାଇଁ ଅଧିକାରୀଙ୍କୁ ପଠାଇଲେ ମୁଖ୍ୟମନ୍ତ୍ରୀ
- ପିକନିକ୍ ପାଇଁ ମାର୍ଗଦର୍ଶିକା ଜାରି କଲା ପରିବହନ ବିଭାଗ
- ରଣବୀରଙ୍କ ସ୍ଥାନରେ ହ୍ରିତିକ ହୋଇ ପାରନ୍ତି ଡନ
- ଭାରତର ଜିଡିପି ଠାରୁ ଅଧିକ ସୁନା ରହିଛି ଲୋକଙ୍କ ଘରେ…
- ସଚିନଙ୍କ ବିଶ୍ୱରେକର୍ଡ ଭାଙ୍ଗିବାକୁ କୋହଲିଙ୍କୁ ଆବଶ୍ୟକ ୨୫ ରନ
Comments are closed.