Latest Odisha News

BREAKING NEWS

Paddy Procurement: ଖରିଫ ଧାନକିଣା ଅବଧି ୭ ଦିନ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ବର:ଧାନ କିଣା ଅବଧି ୭ ଦିନ ବଢ଼ିଲା । ରାଜ୍ୟ ସରକାର ନେଲେ ଏହି ନିଷ୍ପତ୍ତି । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚଳିତ ଖରିଫ ଋତୁରେ ୭୭ ଲକ୍ଷ ମେଟ୍ରିକ ଟନ ଧାନ କିଣା ସାରିଛୁ। ୧୮ ଲକ୍ଷ ୬୪ ହଜାର ଚାଷୀ ଧାନ ଦେଲେଣି। ସରକାର ଜଣେ ମଧ୍ୟ ଚାଷୀଙ୍କ ଟୋକନ ଲାପ୍ସ ନହେବ ସେ ଦିଗରେ କାମ କରୁଛନ୍ତି। ତେଣୁ ଆଉ ୭ ଦିନ ଧାନ କିଣାକୁ ବଢ଼ାଇଲେ ସରକାର ବୋଲି ସେ କହିଛନ୍ତି।

ସୂଚନାଥାଉକି, ୧୮ ଲକ୍ଷ ୬୪ ହଜାର ଚାଷୀ ଧାନ ବିକ୍ରି କରି ସାରିଥିବା ବେଳେ ଚାଷୀଙ୍କ ଖାତାକୁ ୨୨ ହଜାର ୮୮୪ କୋଟି ଟଙ୍କା ଯାଇ ସାରିଲାଣି ବୋଲି କହିଛନ୍ତି ମନ୍ତ୍ରୀ।

ଖବରମୁତାବକ, ମାର୍ଚ୍ଚ ୩୧ରେ ରାଜ୍ୟରେ ଶେଷ ହୋଇଥିଲା ଖରିଫ ଧାନ କିଣା । ଅନେକ ଚାଷୀ ଧାନ ବିକ୍ରି କରିଥିବା ବେଳେ ଆଉ କିଛି ବାକି ରହିଯାଇଥିଲେ । ଯୋଗାଣ ବିଭାଗର ଫୁଡ୍ ଓଡ଼ିଶାର ପୋର୍ଟାଲ୍ ଅନୁସାରେ ରାଜ୍ୟରେ ଖରିଫ୍ ଧାନ ବିକ୍ରି କରିବାକୁ ୧୯ଲକ୍ଷ ୨୭ ହଜାର ୫୨୮ ଚାଷୀ ଯୋଗ୍ୟ ବିବେଚିତ ହୋଇଥିଲେ। ସେଥି ମଧ୍ୟରୁ ସୋମବାର ସୁଦ୍ଧା ୧୭ଲକ୍ଷ ୮୪ ହଜାର ୫୮୨ ଜଣ ଚାଷୀ ଧାନ ବିକ୍ରି ହୋଇଥିଲା ।

Comments are closed.