ବୁଡାପେଷ୍ଟ: ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଅଭିମନ୍ୟୁ ମିଶ୍ରା ବିଶ୍ୱର ସର୍ବକନିଷ୍ଠ ଗ୍ରାଣ୍ଡମାଷ୍ଟର ହେବାର ଗୌରବ ଅର୍ଜନ କରିଛନ୍ତି । ୧୨ ବର୍ଷ ୪ମାସ ଓ ୨୫ ଦିନରେ ସେ ଏହି ସଫଳତା ହାସଲ କରିଛନ୍ତି । ଅଭିମନ୍ୟୁ ବୁଧବାର ବୁଡାପେଷ୍ଟରେ ଭାରତର ଗ୍ରାଣ୍ଡମାଷ୍ଟର ଲିୟୋନଙ୍କୁ ପରାସ୍ତ କରି ୨୬୦୦ ରେଟିଂ ପଂଏଟ ହାସଲ କରିଛନ୍ତି ।
୨୦୧୯ରେ ସେ ସର୍ବକନିଷ୍ଠ ଆନ୍ତର୍ଜାତୀୟ ମାଷ୍ଟର ହୋଇଥିଲେ । ସେ ସମୟରେ ତାଙ୍କ ବୟସ ୧୦ ବର୍ଷ ୯ ମାସ ୨୦ ଦିନ ହୋଇଥିଲା । ଅଭିମନ୍ୟୁଙ୍କ ବାପା ହେମନ୍ତ ନ୍ୟୁଜର୍ସିରେ ସଫ୍ଟୱେୟାର ଇଞ୍ଜିନିୟର କାର୍ଯ୍ୟ କରୁଛନ୍ତି ।
Comments are closed.