Latest Odisha News

BREAKING NEWS

ପୋଖରୀରେ ବୁଡି ୧୨ ବର୍ଷର ବାଳକ ମୃତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଆଲୁଅଝରଣ ଗାଁରେ ଅଘଟଣ। ପୋଖରୀରେ ବୁଡ଼ି ୧୨ବର୍ଷ ବାଳକର ମୃତ୍ୟୁ ହୋଇଛି। ମୃତ ବାଳକ ଜଣକ ସୁରେଶ ବିଶ୍ୱାଳଙ୍କ ପୁଅ ଆଶୁତୋଷ ବିଶ୍ଵାଳ।

ଆଶୁତୋଷ ଆଜି ଦିନ ୧ଟା ସମୟରେ ଘର ପାଖ ପୋଖରୀକୁ ଗାଧୋଇବାକୁ ଯାଇଥିଲା। ହେଲେ ହଠାତ୍ ଅସାବଧାନତା କାରଣରୁ ଗୋଡ଼ ଖସିଯାଇଥିଲା। ଯାହାଫଳରେ ସେ ପୋଖରୀ ଜଳରେ ବୁଡିଯାଇଥିଲା।
ପରିବାର ଓ ସ୍ଥାନୀୟ ଲୋକେ ପୁଅକୁ ଖୋଜାଖୋଜି କରୁଥିବା ବେଳେ ପୋଖରୀରେ ବୁଡି ଯାଉଥିବା ଦେଖି ସେଠାରୁ ଉଦ୍ଧାର କରି କାମାକ୍ଷାନଗର ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ।

ଖବର ପାଇ କାମାକ୍ଷାନଗର ପୋଲିସ୍ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଲାଇଛି । ଏ ଘଟଣା ପରେ ଏବେ ସାରା ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

Comments are closed.