Latest Odisha News

BREAKING NEWS

ଘର ଭିତରକୁ ପଶି ଆସିଲା କଲରାପତରିଆ ; ଏହା ପରେ କ’ଣ ହେଲା ଦେଖିଲେ କାବା ହୋଇଯିବେ

ନୂଆଦିଲ୍ଲୀ: ମନେକର ଆପଣ ଘର ଭିତରେ ଏକୁଟିଆ ଅଛନ୍ତି  । ହଠାତ୍ ଏକ ଜଙ୍ଗଲୀ ହିଂସ୍ର ପଶୁ ହଠାତ୍ ଘର ଭିତରକୁ ପଶି ଆସିଲା । କଣ  କରିବେ ଆପଣ? ବୁଦ୍ଧି କାମ କରିବ ତ? ତେବେ ବାସ୍ତବରେ ନିକଟରେ ଏଭଳି ଏକ ଘଟଣା ଘଟିଛି । ଯେଉଁଠି ପିଲାଟିର ଉପସ୍ଥିତ ବୁଦ୍ଧି ତାକୁ ହିଂସ୍ର କଲରାପତରିଆ ବାଘ କବଳରୁ ରକ୍ଷା କରିବା ସହ ବୁଦ୍ଧିମାନ ଓ ସାହାସିକତାର ବାହାବା ଦେଇଛି ।

ଏହି ଘଟଣା ଘଟିଛି ମହାରାଷ୍ଟ୍ରର ମାଲେଗାଁଓରେ । ଗତ ମଙ୍ଗଳବାର ଦିନ ୧୨ ବର୍ଷର ପିଲାଟି  ନିଜ ଘରେ ସୋଫାରେ ବସି ଫୋନରେ ଖେଳୁଥିଲା । ଏହି ସମୟରେ  ତାଙ୍କ ଘର କବାଟ ଖୋଲା ଥିବାରୁ ଏକ କଲରାପତରିଆ ବାଘ ଭିତରୁ ପଶି ଆସିଥିଲା । ବାଘକୁ ଦେଖି ପିଲାଟି  ଚତୁରତା ସହ ଘର କବାଟ ବାହାର ପାର୍ଶ୍ୱରୁ ବନ୍ଦ କରି ଦେଇଥିଲା । ଆଉ ସାହାଯ୍ୟ ମାଗିବାକୁ ପଳାଇଥିଲା । ପିଲାଟିର ନାଁ ହେଉଛି ମୋହିତ  ଆହିର ।

 

View this post on Instagram

 

A post shared by WildTrails.in (@wildtrails.in)

ଏହି ଭିଡିଓ ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ସେୟାର କରାଯାଇଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଉ କ୍ୟାପସନରେ ଲେଖାଯାଇଛି ‘ବୁଦ୍ଧିମାନ ଓ ସାହାସୀ ପିଲା ’। ୧୧ ଘଣ୍ଟା ପୂର୍ବରୁ ସେୟାର ହୋଇଥିବା ଏହି ଭିଡିଓକୁ   ଖବର ଲେଖାଯିବା ସୁଧ୍ୟା  ୩ ହଜାରରୁ ଅଧିକ ଲୋକ ଲାଇକ କରିଛନ୍ତି । ଏକ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି । ଏହି ଭିଡିଓ ଦେଖି ୟୁଜର୍ସ ବିଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଛିନ୍ତି । ପିଲାଟିର ସାହାସୀକତାକୁ ଲୋକେ ଭୁରି ଭୁରି ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.