Latest Odisha News

BREAKING NEWS

ଭାରତର ୧୨୫ କୋଟି ଲୋକଙ୍କ ପାଖରେ ରହିଛି ଆଧାର କାର୍ଡ

ନୂଆଦିଲ୍ଲୀ: ବର୍ଷ ୨୦୧୯ର ଶେଷରେ ଆଧାର ତିଆରିରେ ନୂଆ ଉପଲବ୍ଧି ଆସିଛି | ଏବେ ଭାରତର ୧୨୫ କୋଟି ଲୋକ ନିଜର ଆଧାର ତିଆରି କରିସାରିଲେଣି | ଏଥିରେ ଛୁଆ, ବୃଦ୍ଧବୃଦ୍ଧା ଓ ଯୁବକ ସାମିଲ ଅଛନ୍ତି | ୟୁନିକ ଆଇଡେଣ୍ଟି ଫିକେସନ ଅଥରିଟି ଅଫ ଇଣ୍ଡିଆ (ୟୁଆଇଡିଏଆଇ) ଘୋଷଣା କରିଛି ଯେ ୧.୨୫ ବିଲିଅନ ଲୋକଙ୍କ ପାଖରେ ଏହି ବାର ଅଙ୍କ ବିଶିଷ୍ଟ ଆଧାର ଅଛି |

ଆଧାରକୁ ଲୋକମାନେ ନିଜର ପରିଚୟ ପତ୍ର ହିସାବରେ ବେଶୀ ବ୍ୟବହାର କରୁଛନ୍ତି | ଏହା ଏହି କଥାକୁ ପ୍ରମାଣିତ କରୁଛି ଯେ ଆଧାର ଆଧାରିତ ଅଥେଣ୍ଟିକେଶନ ସର୍ଭିସେସ ର ବ୍ୟବହାର ଶୁଭାରମ୍ଭ ଠାରୁ ଏବେ ପର୍ଯ୍ୟନ୍ତ ପାଖାପାଖି ୩୭,୦୦୦ କୋଟି ଥର କରାଯାଇସାରିଛି | ବର୍ତ୍ତମାନ ୟୁଆଇଡିଏଆଇ ପାଖକୁ ପ୍ରତିଦିନ ୩ କୋଟି ଅଥେଣ୍ଟିକେଶନ ଅନୁରୋଧ ମିଳୁଛି |

ଏହାସହ ଭାରତର ଲୋକମାନେ ନିଜର ଆଧାର ଅପଡେଟ ରଖିବାକୁ ମଧ୍ୟ ସଜାଗ ଅଛନ୍ତି | ଏବେ ପର୍ଯ୍ୟନ୍ତ ୟୁଆଇଡିଏଆଇ ପାଖକୁ ପାଖାପାଖି ୩୩୧ କୋଟି ଆଧାର ଅପଡେଟ ଆବେଦନ ଆସୁଛି , ଯାହାକୁ ସଫଳତା ପୂର୍ବକ ପ୍ରୋସେସିଂ କରାଯାଇସାରିଛି | ପ୍ରତିଦିନ ହିସାବରେ ଦେଖଲେ ୟୁଆଇଡିଏଆଇ ପାଖରେ ଆଧାର ଅପଡେଟ ପାଇଁ ୩-୪ ଲକ୍ଷ ଆବେଦନ ପହଁଚୁଛି |

ସୂଚନାଯୋଗ୍ୟ, ଯେ କୌଣସି ବ୍ୟକ୍ତି ଦ୍ୱାରା ୟୁଆଇଡିଏଆଇ ୱେବସାଇଟରେ ନିଜର ଆଧାର କାର୍ଡର ଅପଡେସନ ପାଇଁ କୌଣସି ଶୁଳ୍କ ଦେବାକୁ ପଡେନାହିଁ | ସେହିପରି, ଆଧାର କାର୍ଡକୁ ଯଦି ଆଧାର ସେଣ୍ଟରରେ ଅପଡେସନ କରିବ ତାହାଲେ ଚାର୍ଜ ଲାଗିବ | ଆଧାର କାର୍ଡ ଆଉଥରେ ପ୍ରିଣ୍ଟ ପାଇଁ ୫୦ ଦେବାକୁ ପଡିବ | ପ୍ରଥମ ଥର ଆଧାର ପଞ୍ଜିକରଣ ପାଇଁ ଆପ୍ଲାଏ କରିବା ପାଇଁ କୋୖଣସି ଲାଗିବ ନାହିଁ | କୋୖଣସି ଛୁଆର ବୟସ ୫ ବର୍ଷରୁ ୧୫ ବର୍ଷ ହୋଇଥିବ ଏବଂ ତାର ବାୟୋମେଟ୍ରିକ ଅପଡେଟ ହେବାପାଇଁ ତାର କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ |

 

Leave A Reply

Your email address will not be published.