ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ କରୋନା ବିସ୍ଫୋରଣ। ଏୟାର ଇଣ୍ଡିଆ ବିମାନ ଇଟାଲୀରୁ ଅମୃତସର ଅଭିମୁଖେ ଯାତ୍ରା କରୁଥିବା ସମୟରେ ୧୨୫ ଜଣ ଯାତ୍ରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଏହି ବିମାନରେ ମୋଟ ୧୭୯ ଯାତ୍ରୀ ଉପସ୍ଥିତ ଥିଲେ। ବିମାନବନ୍ଦର ନିର୍ଦ୍ଦେଶକ ଏହି ସୂଚନା ଦେଇଛନ୍ତି।
ଇଟାଲୀରୁ ଅମୃତସରକୁ ଯାଉଥିବା ମୋଟ ୧୨୫ ଯାତ୍ରୀ ଅମୃତସର ବିମାନ ବନ୍ଦରରେ ପହଞ୍ଚିବା ପରେ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି।
ବିମାନ ବନ୍ଦର ନିର୍ଦ୍ଦେଶକ ଗୁରୁବାର ଦିନ କୋଭିଡ ପଜିଟିଭ ହୋଇଥିବା ଯାତ୍ରୀଙ୍କ ସଂଖ୍ୟାକୁ ନିଶ୍ଚିତ କରିଛନ୍ତି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଗୁରୁବାର ଦିନ ଭାରତରେ ୪୯୫ଟି ଓମିକ୍ରନ୍ ମାମଲା ରିପୋର୍ଟ ହୋଇଛି।
ସୂଚନା ଥାଉ କି, ମୁମ୍ବାଇରରେ ଗୋଆରୁ ଫେରିଥିବା କର୍ଡେଲିଆ କ୍ରୁଜ୍ ଜାହାଜରେ ଶହ ଶହ ଯାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଥିଲେ।
Comments are closed.