Latest Odisha News

ଓଡ଼ିଶା ଯୋଗାଉଛି ସଞ୍ଜୀବନୀ: ୪ ଦିନରେ ୭ ରାଜ୍ୟକୁ ପଠାଯାଇଛି ୧୨ଶହ ମେଟ୍ରିକ୍ ଟନ୍ ଅକ୍ସିଜେନ୍

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକଟ ଭିତରେ ଅକ୍ସିଜେନର ନିଅଣ୍ଟିଆ ସ୍ଥିତି ଦେଖାଦେଇଛି । ଦିଲ୍ଲୀ ସମେତ ଦେଶର ବିଭିନ୍ନ ରାଜ୍ୟରେ ଅକ୍ସିଜେନ୍ ଅସୁବିଧା କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ବାଧକ ସାଜିଛି । ଏଭଳି ସ୍ଥିତିରେ ଅଭାବ ପୂରଣ ସହ ବଡ଼ ସହାୟତା କରିଛି ଓଡ଼ିଶା । ଗତ ୪ଦିନ ଭିତରେ ୭ଟି ରାଜ୍ୟକୁ ୬୭ଟି ଟ୍ୟାଙ୍କର ଯୋଗେ ଓଡ଼ିଶା ପଯାଇଛି ୧୨ଶହ ୬୮ ମେଟ୍ରିକ୍ ଟନ୍ ମେଡିକାଲ୍ ଅକ୍ସିଜେନ୍ । ଏନେଇ ପୋଲିସ ଏଡିଜି ଯଶଓ୍ୱନ୍ତ ଜେଠଓ୍ୱା ସୂଚନା ଦେଇଛନ୍ତି ।

ସର୍ବାଧିକ ୨୨ଟି ଟ୍ୟାଙ୍କରରେ ୪୫୮ ମେଟ୍ରିକ୍ ଟନ୍ ଅକ୍ସିଜେନ ଆନ୍ଧ୍ର ପ୍ରଦେଶକୁ ପଠାଯାଇଛି । ସେହିପରି ତେଲେଙ୍ଗାନାକୁ ୧୭, ମହାରାଷ୍ଟ୍ର ୬, ମଧ୍ୟପ୍ରଦେଶ ୮, ହରିୟାଣା ୮, ଉତ୍ତରପ୍ରଦେଶକୁ ୪, ଛତିଶଗଡ଼କୁ ୨ଟି ଟ୍ୟାଙ୍କର ଯୋଗେ ମେଡିକାଲ୍ ଅକ୍ସିଜେନ୍ ଯୋଗାଣ କରିଛି ଓଡ଼ିଶା । ଅକ୍ସିଜେନ୍ ଯୋଗାଣ ବେଳେ ଯେଭଳି କୌଣସି ଅସୁବିଧା ନହୁଏ ସେଥିପାଇଁ ସ୍ୱତନ୍ତ୍ର ଗ୍ରୀନ୍ କରିଡର ସୃଷ୍ଟି କରାଯାଇଛି । ବିଭିନ୍ନ ଜିଲ୍ଲାର ଏସପି, ଡିସିପି ପ୍ରମୁଖ ଅକ୍ସିଜେନ୍ ଟ୍ୟାଙ୍କରକୁ ଏସକର୍ଟ କରି ପଠାଉଛନ୍ତି ।

Comments are closed.