ଭୁବନେଶ୍ୱର: ଭୁବନେଶ୍ୱରରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୨୯୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ବିଟ କରି ସୂଚନା ଦେଇଛି।
ବିଏମସିର ଟ୍ବିଟ୍ ଅନୁଯାୟୀ ୧୨୯୪ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୬୩ ଓ ସ୍ଥାନୀୟ ଅଂଚଳରୁ ୧୧୩୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସେହିପରି ଭୁବନେଶ୍ୱରରେ ୧୧ ହଜାର ୧୭୮ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ମୋଟ୍ ୨୮୬ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ବିଏମସି ପକ୍ଷରୁ ସୂଚନା ମିଳିଛି।
ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୭ ହଜାର ୦୬୬କୁ ବୃଦ୍ଧି ପାଇଛି। ୪୫ ହଜାର ୫୮୧ ସଂକ୍ରମିତ ସୁସ୍ଥ ହୋଇଛନ୍ତି।
Comments are closed.