Latest Odisha News

BREAKING NEWS

ଆସନ୍ତା ୧୫ରେ ବରଗଡ଼ ବନ୍ଦ

ବରଗଡ଼:୧୫ତାରିଖ ବରଗଡ଼ ଜିଲା ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବଜରଙ୍ଗ ଦଳ । ବରଗଡ଼ ଜିଲାରୁ ରୋହିଙ୍ଗିଆ ଅନୁପ୍ରବେଶକାରୀଙ୍କୁ ହଟାଇବା ଏବଂ ଅପରାଧ ନିୟନ୍ତ୍ରଣ ଦାବି ନେଇ ବଜରଙ୍ଗ ଦଳ ଆସନ୍ତା ୧୫ତାରିଖ ବରଗଡ଼ ଜିଲା ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମସ୍ତ ସରକାରୀ, ବେସରକାରୀ ଅଫିସ,ସ୍କୁଲ, କଲେଜ, ଗାଡିମୋଟର ବନ୍ଦ ରହିବ। କେବଳ ଜରୁରୀକାଳୀନ ସେବା ଜାରି ରହିବ ।

ବଜରଙ୍ଗ ଦଳର ଆହ୍ବାନକ୍ରମେ ଅନୁଷ୍ଠିତ ଏକ ବୈଠକରେ ବିଶ୍ୱ ହିନ୍ଦୁ ପରିଷଦ ସମେତ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଜିଲାରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢ଼ିବା,ନିଶା କାରବାର, ଅପରାଧ ବୃଦ୍ଧି ଚିନ୍ତାଜନକ ହୋଇ ପଡ଼ିଛି ବୋଲି ବୈଠକରେ ସମସ୍ତେ ଉଦ୍‌ବେଗଡ଼ ପ୍ରକାଶ କରିଥିଲେ। ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପରିସରରେ ବୈଠକ ହୋଇଥିଲା

ଏ ନେଇ ବଜରଙ୍ଗ ଦଳର ବରଗଡ଼ ଜିଲା ସଂଯୋଜକ ସଞ୍ଜୀବ କୁମାର ମେହେର ସୂଚନା ଦେଇଛନ୍ତି ।

 

Leave A Reply

Your email address will not be published.