Latest Odisha News

BREAKING NEWS

ଦ୍ୱାଦଶ କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍ ଛାୟା ଜାତିସଂଘ ଉଦଯାପିତ

ଏକ ସ୍ଥାୟୀ ଭବିଷ୍ୟତ ପାଇଁ ଯୁବପିଢ଼ିଙ୍କୁ ସ୍ଥିରତା ବଜାୟ ରଖିବାକୁ ପଡିବ: ରାଜ୍ୟପାଳ

ଭୁବନେଶ୍ୱର: କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍‍ ଛାୟା ଜାତିସଂଘର ଦ୍ୱାଦଶ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ରାଜ୍ୟପାଳ ଡ. ହରି ବାବୁ କମ୍ଭମପତି କହିଛନ୍ତି, ଆଜିର ବିଶ୍ୱରେ ସ୍ଥିରତା ସଙ୍କଟ ଦେଖା ଦେଇଥିବାବେଳେ ନବସର୍ଜନା ଓ ସାମୂହିକ ପ୍ରୟାସ ଫଳରେ ଏହି ସଙ୍କଟର ସମାଧାନ ହୋଇପାରିବ। ଏବେ ଆମେ ପାରସ୍ପରିକ ସହବସ୍ଥାନ ମଧ୍ୟରେ ବାସ କରୁଛୁ।

ତେବେ ଜଳବାୟୁ ପରିବର୍ତନ, ଦାରିଦ୍ର୍ୟ, ମହାମାରୀ, ଲିଙ୍ଗଗତ ସମାନତା, ଡିଜିଟାଲ ପରିବର୍ତନ ଏବଂ ଆଞ୍ଚିଳିକ ସଂଘର୍ଷ ଆଦି ଏବେ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ତଥାପି ନବସର୍ଜନା, ସ୍ଥାୟୀ ବିକାଶ ଏବଂ ସାଂସ୍କୃତିକ ଆଦାନପ୍ରଦାନ କ୍ଷେତ୍ରରେ ଅପାର ସୁଯୋଗ ରହିଛି ବୋଲି ସେ କହିଥିଲେ। ନେତୃତ୍ୱକୁ କ୍ଷମତାର ମାଧ୍ୟମ ରୂପେ ବ୍ୟବହାର କରିବା ପରିବର୍ତେ ଏହାକୁ ସେବାର କର୍ତବ୍ୟ ଏବଂ ସହଯୋଗର ମାଧ୍ୟମ ଭାବେ ଆପଣାଇବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।ଗୋଟିଏ ରାଷ୍ଟ୍ରର ପ୍ରକୃତ ଶକ୍ତି ଆଧିପତ୍ୟରେ ନୁହେଁ ସହଯୋଗରେ ନିହିତ ରହିଛି ବୋଲି ରାଜ୍ୟପାଳ କହିଥିଲେ।ଜାତିସଂଘରେ ଭାରତକୁ ପ୍ରତିନିଧିତ୍ୱ କରିବା ତାଙ୍କର ଜୀବନବ୍ୟାପୀ ସ୍ୱପ୍ନ ଥିଲା କିନ୍ତୁ ସେହି ସ୍ୱପ୍ନ ପୂରଣ ହୋଇପାରିନାହିଁ। ତେବେ ଛାୟା ଜାତିସଂଘ କାର୍ଯ୍ୟକ୍ରମରେ ଯୋଗଦେଇ ସେ ବେଶ ଆନନ୍ଦିତ ବୋଲି କହିଥିଲେ।

ଏହି ଅବସରରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ରାଜ୍ୟପାଳଙ୍କ ନମ୍ରତା ଏବଂ ମାନବିକ ଦୃଷ୍ଟିକୋଣକୁ ପ୍ରଶଂସା କରିଥିଲେ। ଓଡ଼ିଶାର ପ୍ରଥମ ରାଜ୍ୟପାଳ ଭାବରେ ଡ. କମ୍ଭମପତି କିସ୍ ଛାତ୍ରଛାତ୍ରୀଙ୍କ ସହିତ ସାମୂହିକ ଭୋଜନ କରିଥିବାରୁ ଅଚ୍ୟୁତ ସାମନ୍ତ, ରାଜ୍ୟପାଳଙ୍କ ଉଦାରତାର ପ୍ରଶଂସା କରିଥିଲେ। ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଅଚ୍ୟୁତ ସାମନ୍ତ କହିଥିଲେ, ଛାୟା ଜାତିସଂଘ ଭଳି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଗୋଟିଏ ଗୋଟିଏ ଚିନ୍ତାଧାରା ସହ ଆସିଥାନ୍ତି ହେଲେ ଫେରିବା ସମୟରେ ହଜାରେଟି ଚିନ୍ତାଧାରା ସହ ଫେରିବାର ସୁଯୋଗ ସେମାନଙ୍କୁ ମିଳିଥାଏ। ଦୁଇ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ସଭାପତି ଶାଶ୍ୱତୀ ବଳ, କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍‍ ଚେୟାରପର୍ସନ ଡ ମୋନା ଲିସା ବଳ, ସ୍କୁଲ୍‌ର ଅଧ୍ୟକ୍ଷ ଡ ସଞ୍ଜୟ ସୁଆର ଏବଂ ଅନ୍ତର୍ଜାତୀୟ ପାଠ୍ୟକ୍ରମର ମୁଖ୍ୟ ମାର୍କ ଏଲ୍‌. କୋଲମ୍ୟାନ୍ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ଛାତ୍ରଛାତ୍ରୀମାନେ ସାଇବର ଯୁଦ୍ଧ, ପରମାଣୁ ଅସ୍ତ୍ରର ବିରୋଧ, ପରିବେଶ-ଉନ୍ନତି, ଶରଣାର୍ଥୀ ସଙ୍କଟ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ କୃତ୍ରିମ ବୁଦ୍ଧିମତାର ପ୍ରଭାବ ଭଳି ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମରେ କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲର ଶହେ ଜଣ ଛାତ୍ରଛାତ୍ରୀଙ୍କ ସମେତ ଦେଶର ବିଭିନ୍ନ ବିଦ୍ୟାଳୟରୁ ୧ ହଜାରରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ମୋଟ ୧୩ଟି କମିଟି ଗଠନ କରାଯାଇଥିବା ବେଳେ ଶାନ୍ତି, ସୁରକ୍ଷା ଏବଂ ଜଳବାୟୁ ପରିବର୍ତ୍‌ନ ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା।

 

Comments are closed.