ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଫରେଷ୍ଟ ଡିଭିଜନର ଅଧିକାରୀମାନେ ସୋମବାର ଦିନ ଚିଲିକା ହ୍ରଦ ନିକଟ ଭୁସଣ୍ଡାପୁର ଅଞ୍ଚଳରୁ ଦୁଇଜଣ ଶିକାରୀଙ୍କୁ ଗିରଫ କରିଛନ୍ତି। ଏଥିସହିତ ସେମାନଙ୍କ ନିକଟରୁ ୧୩ଟି ବିଦେଶୀ ପକ୍ଷୀଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ସୂଚନା ଅନୁଯାୟୀ ଶୀତଦିନ ଆରମ୍ଭ ହେବା ସଙ୍ଗେ ସଙ୍ଗେ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ। ତନ୍ମଧ୍ୟରେ ଉତ୍ତର ୟୁରାସିଆ, କାସପିନ୍ ଅଞ୍ଚଳ, ସାଇବେରିଆ, କାଜାଖସ୍ତାନ, ବାଇକାଲ ହ୍ରଦ ଏବଂ ଋଷିଆ ରହିଛି।
ତେବେ ଏହି ପକ୍ଷୀମାନଙ୍କ ସୁରକ୍ଷା ଲାଗି ବନ ବିଭାଗ ପାଟ୍ରୋଲିଂ ଜାରି ରଖିଥିବା ବେଳେ ବେଳେ ବେଳେ ପକ୍ଷୀମାନେ ଶିକାରୀଙ୍କ ଦ୍ଵାରା ଶିକାର ହୋଇଥାନ୍ତି।
Comments are closed.