Latest Odisha News

BREAKING NEWS

ଉଦ୍ଧାର ହେଲା ୧୩ ଫୁଟର ଅହିରାଜ

ଢେଙ୍କାନାଳ : ଉଦ୍ଧାର ହେଲା ବିରାଟ ଅହିରାଜ। ଢେଙ୍କାନାଳ ଦେଉଳ ସାହି ଅଞ୍ଚଳରେ ଜଣଙ୍କ ଘରୁ ଏହି ଅହିରାଜ ସାପ ଉଦ୍ଧାର ହୋଇଛି । ୧୩ ଫୁଟର ଅହିରାଜ ସାପ ଦେଖି ଲୋକେ ଭୟଭୀତ ହୋଇପଡ଼ିଥିଲେ । ସାପଟି ନିକଟରେ ଥିବା ପାଣି ଓହଳା ପାହାଡରୁ ଖାଦ୍ୟ ଅନ୍ୱେଷଣରେ କିମ୍ବା ଶିକାର ପାଇଁ ପାହଡ ତଳକୁ ଖସିଆସିଥିବା ଅନୁମାନ କରାଯାଉଛି ।

ସ୍ଥାନୀୟ ଲୋକେ ସାପଟିକୁ ଦେଖି ସ୍ନେକ ହେଲ୍ପଲାଇନକୁ ଖବର ଦେଇଥିଲେ । ପରେ ସ୍ନେକ ହେଲ୍ପଲାଇନ୍ ସଦସ୍ୟ ମାନେ ଆସି ସାପଟିକୁ ବ୍ୟକ୍ତିଙ୍କ ଘରୁ ଉଦ୍ଧାର କରିଥିଲେ । ସାପଟିକୁ ଉଦ୍ଧାର କରାଯାଇ ନିକଟରେ ଥିବା ଜଙ୍ଗଲରେ ଛାଡି ଦିଆଯାଇଛି ।

Leave A Reply

Your email address will not be published.