ନୂଆଦିଲ୍ଲୀ: ଦେଶରେ ତିନ ତଲାକ ବେଆଇନ ଘୋଷଣା ହେବା ପରେ ବି ଏହି ମାମଲା କମ ହେବାର ନାଁ ଧରୁନି । ୫ବର୍ଷ ତଳୁ ତିନି ତଲାକକୁ ବେଆଇନ ଘୋଷଣା କରାଯାଇଛି । ତଥାପି ତିନି ତଲାକ ମାମଲା ଏଯାଏ ବନ୍ଦ ହୋଇନାହିଁ। ଆଇନ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଚଳିତ ବର୍ଷ ୧,୫୭,୭୨୫ ମୁସଲିମ ମହିଳା ତିନି ତଲାକର ଶିକାର ହୋଇଛନ୍ତି।
୨୦୧୮ ସେପ୍ଟେମ୍ବର ୧୯ ତାରିଖରୁ ଏହି ନିୟମ ଲାଗୁ ହେବା ପରେ ତିନି ତଲାକର ୧୩.୦୭ ଲକ୍ଷ ଅଭିଯୋଗ ପଞ୍ଜିକୃତ ହୋଇଛି । ସେହିପରି ୨୦୧୯ରେ, ୨.୬୯ଲକ୍ଷ କେସ ଆସିଥିବା ବେଳେ ୨୦୨୦ରେ ଏହି ସଂଖ୍ୟା ୯୫ ହଜାରକୁ ହ୍ରାସ ପାଇଥିଲା । ମାତ୍ର ୨୦୨୧ ମସିହାରେ ଏହା ବୃଦ୍ଧି ପାଇ ୫.୪୧ ଲକ୍ଷରେ ପହଞ୍ଚିଥିଲା ଏବଂ ୨୦୨୨ ମସିହାରେ ମୋଟ ୨.୪୫ ଲକ୍ଷ ମାମଲା ପଞ୍ଜିକୃତ ହୋଇଛି ।
ସୁପ୍ରିମକୋର୍ଟର ଅବସରପ୍ରାପ୍ତ ଜଷ୍ଟିସ ବି.ଏସ୍ ଚୌହାନ କହିଛନ୍ତି ଯେ, ମୁସଲିମ ସମ୍ପ୍ରଦାୟର ବଡ ନେତାମାନେ ଏହି ବିଷୟରେ ସଚେତନତା ସୃଷ୍ଟି କରିବା ଉଚିତ। ଧାରା-୭ ପରି କଠୋର ବ୍ୟବସ୍ଥା ବିଷୟରେ ଲୋକଙ୍କୁ ସଚେନତ କରିବା ଆବଶ୍ୟକ । ଏଥିରେ ପୀଡିତା ମହିଳାଙ୍କ କଥା ନ ଶୁଣି ସ୍ୱାମୀଙ୍କ ଅଗୁଆ ଜାମିନ ଉପରେ ଶୁଣାଣି ହୋଇପାରିବ ନାହିଁ। ଯଦି ଲୋକମାନଙ୍କୁ ଏବିଷୟରେ ଅବଗତ କରାଯାଏ ତେବେ ଲୋକମାନେ ଭୟଭୀତ ହେବେ ଏବଂ ସେମାନେ ଏହାକୁ ଅନୁସରଣ କରିବେ । କୋର୍ଟ ମଧ୍ୟ ଏହିପରି ମାମଲାଗୁଡ଼ିକରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ଉଚିତ ।
ୟୁପି ପୋଲିସର ପୂର୍ବତନ ଡିଜିପି ବିକ୍ରମ ସିଂ କହିଛନ୍ତି, ଯଦି ସ୍ୱାମୀ ତିନି ତଲାକ ପାଇଁ ଧମକ ଦିଅନ୍ତି, ତେବେ ଘରୋଇ ହିଂସା ଆଇନ ଅନୁଯାୟୀ ମହିଳାମାନେ ପୋଲିସ ନିକଟରେ ଅଭିଯୋଗ କରିପାରିବେ। ଆଇନ କାର୍ଯ୍ୟକାରୀ କରିବାର ପ୍ରଥମ ଦାୟିତ୍ୱ ଅନୁସନ୍ଧାନକାରୀ ସଂସ୍ଥା, ଅର୍ଥାତ୍ ପୋଲିସ୍ ଉପରେ ନ୍ୟସ୍ତ ।
BREAKING NEWS
- ମା’ ବିରଜାଙ୍କ ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ଠିକ୍ ସମୟରେ ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
- ଆଇପିଏଲ ନିଲାମ: ୧୩ ବର୍ଷରେ କୋଟିପତି ହେଲେ ବୈଭବ
- ୧୮ ବର୍ଷୀୟ ଆଫଗାନୀ ସ୍ପିନରଙ୍କୁ ୪.୮୦ କୋଟିରେ ନେଲା ମୁମ୍ବାଇ
- ସୈନ୍ୟବାହିନୀରୁ ଟ୍ରାନ୍ସଜେଣ୍ଡରଙ୍କୁ ହଟାଇପାରନ୍ତି ଟ୍ରମ୍ପ
- ଆଇପିଏଲ ମେଗା ନିଲାମ: ଚର୍ଚ୍ଚାରେ ଅଂଶୁଲ କମ୍ବୋଜ
- ସମ୍ବିଧାନରୁ ହଟିବନି ‘ସମାଜବାଦୀ’ ଓ ‘ଧର୍ମନିରପେକ୍ଷ’ ଶବ୍ଦ
- ଆଦାନୀ ଗ୍ରୁପର ୧୦୦ କୋଟି ଟଙ୍କା ଫେରାଇଲେ ତେଲେଙ୍ଗାନା ସରକାର
- ଏହି ୫ କାରଣ ଯୋଗୁ ଭାରତ ଜିତିଲା ପର୍ଥ ଟେଷ୍ଟ
- ନିର୍ବାଚନ ପୂର୍ବରୁ ବୟସ୍କଙ୍କୁ ବଡ ଉପହାର ଦେଲେ ଦିଲ୍ଲୀ ସରକାର
- କାଙ୍ଗାଳ ହୋଇଯିବ କି ନେପାଳ?
Comments are closed.