ନୂଆଦିଲ୍ଲୀ: ଦେଶରେ ତିନ ତଲାକ ବେଆଇନ ଘୋଷଣା ହେବା ପରେ ବି ଏହି ମାମଲା କମ ହେବାର ନାଁ ଧରୁନି । ୫ବର୍ଷ ତଳୁ ତିନି ତଲାକକୁ ବେଆଇନ ଘୋଷଣା କରାଯାଇଛି । ତଥାପି ତିନି ତଲାକ ମାମଲା ଏଯାଏ ବନ୍ଦ ହୋଇନାହିଁ। ଆଇନ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଚଳିତ ବର୍ଷ ୧,୫୭,୭୨୫ ମୁସଲିମ ମହିଳା ତିନି ତଲାକର ଶିକାର ହୋଇଛନ୍ତି।
୨୦୧୮ ସେପ୍ଟେମ୍ବର ୧୯ ତାରିଖରୁ ଏହି ନିୟମ ଲାଗୁ ହେବା ପରେ ତିନି ତଲାକର ୧୩.୦୭ ଲକ୍ଷ ଅଭିଯୋଗ ପଞ୍ଜିକୃତ ହୋଇଛି । ସେହିପରି ୨୦୧୯ରେ, ୨.୬୯ଲକ୍ଷ କେସ ଆସିଥିବା ବେଳେ ୨୦୨୦ରେ ଏହି ସଂଖ୍ୟା ୯୫ ହଜାରକୁ ହ୍ରାସ ପାଇଥିଲା । ମାତ୍ର ୨୦୨୧ ମସିହାରେ ଏହା ବୃଦ୍ଧି ପାଇ ୫.୪୧ ଲକ୍ଷରେ ପହଞ୍ଚିଥିଲା ଏବଂ ୨୦୨୨ ମସିହାରେ ମୋଟ ୨.୪୫ ଲକ୍ଷ ମାମଲା ପଞ୍ଜିକୃତ ହୋଇଛି ।
ସୁପ୍ରିମକୋର୍ଟର ଅବସରପ୍ରାପ୍ତ ଜଷ୍ଟିସ ବି.ଏସ୍ ଚୌହାନ କହିଛନ୍ତି ଯେ, ମୁସଲିମ ସମ୍ପ୍ରଦାୟର ବଡ ନେତାମାନେ ଏହି ବିଷୟରେ ସଚେତନତା ସୃଷ୍ଟି କରିବା ଉଚିତ। ଧାରା-୭ ପରି କଠୋର ବ୍ୟବସ୍ଥା ବିଷୟରେ ଲୋକଙ୍କୁ ସଚେନତ କରିବା ଆବଶ୍ୟକ । ଏଥିରେ ପୀଡିତା ମହିଳାଙ୍କ କଥା ନ ଶୁଣି ସ୍ୱାମୀଙ୍କ ଅଗୁଆ ଜାମିନ ଉପରେ ଶୁଣାଣି ହୋଇପାରିବ ନାହିଁ। ଯଦି ଲୋକମାନଙ୍କୁ ଏବିଷୟରେ ଅବଗତ କରାଯାଏ ତେବେ ଲୋକମାନେ ଭୟଭୀତ ହେବେ ଏବଂ ସେମାନେ ଏହାକୁ ଅନୁସରଣ କରିବେ । କୋର୍ଟ ମଧ୍ୟ ଏହିପରି ମାମଲାଗୁଡ଼ିକରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ଉଚିତ ।
ୟୁପି ପୋଲିସର ପୂର୍ବତନ ଡିଜିପି ବିକ୍ରମ ସିଂ କହିଛନ୍ତି, ଯଦି ସ୍ୱାମୀ ତିନି ତଲାକ ପାଇଁ ଧମକ ଦିଅନ୍ତି, ତେବେ ଘରୋଇ ହିଂସା ଆଇନ ଅନୁଯାୟୀ ମହିଳାମାନେ ପୋଲିସ ନିକଟରେ ଅଭିଯୋଗ କରିପାରିବେ। ଆଇନ କାର୍ଯ୍ୟକାରୀ କରିବାର ପ୍ରଥମ ଦାୟିତ୍ୱ ଅନୁସନ୍ଧାନକାରୀ ସଂସ୍ଥା, ଅର୍ଥାତ୍ ପୋଲିସ୍ ଉପରେ ନ୍ୟସ୍ତ ।
BREAKING NEWS
- ଗାଁରେ ଆତଙ୍କ;ଘରେ ପଶିଥିବା ବାଘ ଛୁଆକୁ ଧରିଲା ବନବିଭାଗ
- ବ୍ରିଜଭୂଷଣ ମାମଲାରେ ନୂଆ ମୋଡ଼: ଦୋଷମୁକ୍ତ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କଲେ ୪ ମହିଳା କୁସ୍ତିଯୋଦ୍ଧା
- ଦିଲୀପ ତିର୍କୀଙ୍କ ଜୀବନ ପ୍ରତି ବିପଦ ଅଭିଯୋଗ, ମାମଲା ରୁଜୁ
- ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍: କୋହଲିଙ୍କ ଫର୍ମ ଓ ରେକର୍ଡ ଉପରେ ସମସ୍ତଙ୍କ ନଜର
- ଲଗାଣ ବର୍ଷାରେ ଭୂସ୍ଖଳନ; କନ୍ଧମାଳ-ଗଞ୍ଜାମ ଯୋଗାଯୋଗ ବିଚ୍ଛିନ୍ନ,ଏପଟେ ଧୋଇଗଲା ଶାରିଶୁଆ ଘାଟି
- ଏସୀୟ କ୍ରୀଡ଼ା ୨୦୨୬: ମହିଳା ଶଟପୁଟ୍ରେ ମନପ୍ରୀତଙ୍କୁ ବ୍ରୋଞ୍ଜ; ୪ ବର୍ଷର ବ୍ୟାନ୍ ପରେ ରଚିଲେ ଇତିହାସ
- ଲଗାଣ ବର୍ଷା ଜାରି; ଆସନ୍ତାକାଲି ମାଲକାନଗିରିରେ ଶିକ୍ଷାନୁଷ୍ଠାନ ଛୁଟି
- ୨୦୨୫-୨୬ ଶିକ୍ଷାବର୍ଷରେ ଓଡ଼ିଶା ହଷ୍ଟେଲରେ ୧୫ ନାବାଳିକା ଗର୍ଭବତୀ ହୋଇଛନ୍ତି; ବିଧାନସଭାରେ ସୂଚନା ଦେଲେ ମନ୍ତ୍ରୀ
- Tiger Inside House: ଘରେ ପଶିଗଲା ମହାବଳ ବାଘ! ଛାନିଆ ଗାଁ ଲୋକେ…୧୫ ଘଣ୍ଟା ନାକେଦମ୍ ପରେ ଜନ୍ତାରେ ପଡିଲା..
- ଅକ୍ଟୋବର ମାସ ସୁଦ୍ଧା ମିଳିବ ବକେୟା ବାର୍ଦ୍ଧକ୍ୟ ଭତ୍ତା: ମନ୍ତ୍ରୀ

Comments are closed.