Latest Odisha News

BREAKING NEWS

ବିସ୍ଫୋରକ ସାମଗ୍ରୀ ସହ ଗିରଫ ହେଲେ ୧୩ ନକ୍ସଲ

ମାଲକାନଗିରି: ସୁକମା ପୋଲିସକୁ ମିଳିଛି ବଡ ସଫଳତା। ୧୩ ନକ୍ସଲଙ୍କୁ ଗିରଫ କରିଛି ସୁକୁମା ପୋଲିସ। ସୀମାନ୍ତ ଛତିଶଗଡର ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବାକୁ ବିସ୍ଫୋରକ ନେଉଥିବା ୧୩ ନକ୍ସଲଙ୍କୁ ଗିରଫ କରିଛି ପୋଲିସ। ଏହି ନକ୍ସଲମାନେ ଚିନ୍ତଲନାର ଥାନା ଅଞ୍ଚଳର ହୋଇଥିବା ପୋଲିସ ସୂଚନା ଦେଇଛି। ଜିଲ୍ଲା ପୁଲିସ ସହ ସିଆରପିଏଫ ଯବାନ ମିଳିତ ଭାବରେ ଜାରି ରଖିଥିଲେ ସର୍ଚ୍ଚ ଅପରେସନ। ଚିନ୍ତଲନାର ଥାନା ଅଂଚଳର ଫୁଲନପାଡ ଠାରୁ ତିମାପୁରମ ପର୍ଯ୍ୟନ୍ତ ରହିଥିବା ଜଙ୍ଗଲରେ ଚାଲିଥିଲା ସର୍ଚ୍ଚ ଅପରେସନ। ତେବେ ନକ୍ସଲମାନେ ଜଙ୍ଗଲରେ ବିସ୍ଫୋରକ ନେଇ ଯାଉଥିବା ଦେଖି ସେମାନଙ୍କୁ ଗିରଫ କରିଥିଲେ ଯବାନ।

 

 

Comments are closed.