Latest Odisha News

BREAKING NEWS

ଭୁବନେଶ୍ୱରରେ ପୁଣି ୧୩୭ ପଜିଟିଭ, ମୋଟ ସଂଖ୍ୟା ୩୩୫୪କୁ ବୃଦ୍ଧି

ଭୁବନେଶ୍ୱର: କରୋନା କବଳରେ ରାଜଧାନୀ ଭୁବନେଶ୍ୱର । ଆଜି ପୁଣି ଭୁବନେଶ୍ୱରରୁ ୧୩୭ ପଜିଟିଭ ବାହାରିଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୧୩ ଜଣ କ୍ୱାରେଂଟାଇନ୍ ସେଂଟର ଓ ୨୪ ଜଣଙ୍କ ସ୍ଥାନୀୟ ଅଚଂଳ ଅଛନ୍ତି । ଏଥିସହ ୧୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ବିଏମ୍‌ସି ଟ୍ୱିଟ୍ କରି ସୂଚନା ଦେଇଛି ।

ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩୫୪ରେ ପହଂଚିଛି । ସେମାନଙ୍କ ମଧ୍ୟରୁ ୨୦୬୧ଜଣ ସୁସ୍ଥ ହୋଇଛନ୍ତି ଓ ୧୮ଜଣଙ୍କର ମୃତ୍ୟୁ ଘଟିଛି । ଏବେ ୧୨୭୩ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ।

Leave A Reply

Your email address will not be published.