Latest Odisha News

BREAKING NEWS

୧୩୯ ଜଣ କଏଦୀ କରୋନା ପଜିଟିଭ

ଗୋପାଳଗଞ୍ଜ: ବିହାରରେ ଗୋପାଳଗଞ୍ଜ ଜେଲରେ ୧୩୯ ଜଣ କଏଦୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି।

ଗୋପାଳଗଞ୍ଜ ଜେଲ ଅଧୀକ୍ଷକ କହିଛନ୍ତି ଯେ ସୋମବାର ଦିନ ୮୬ ଜଣ କଏଦୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ସେହିପରି ମଙ୍ଗଳବାର ଦିନ ଅନ୍ୟ ୫୩ ଜଣ ଅନ୍ତେବାସୀ ସଂକ୍ରମିତ ହୋଇଥିବା ଜଣାଯାଇଛି।

ସେ କହିଛନ୍ତି ଯେ ସମସ୍ତ କୋଭିଡ-ପଜିଟିଭ କଏଦୀଙ୍କୁ ଜେଲ ପରିସରରେ ଥିବା ଅଲଗା ଅଲଗା ୱାର୍ଡକୁ ସ୍ଥାନାନ୍ତର କରାଯାଇଛି ଏବଂ ସେମାନଙ୍କ ଚିକିତ୍ସା ଚାଲିଛି।

ବର୍ତ୍ତମାନ ୯୩୨ ଜଣ କଏଦୀ ଗୋପାଳଗଞ୍ଜ ଜେଲରେ ଅଛନ୍ତି।

Leave A Reply

Your email address will not be published.