Latest Odisha News

ଓଡ଼ିଶାର ଆଇଏନଏସ ଚିଲିକାରୁ ପାସ୍ କଲେ ୧୩୯୦ ଅଗ୍ନିବୀର

ବ୍ରହ୍ମପୁର: ଭାରତୀୟ ନୌସେନାର ୨୧୬ ଜଣ ମହିଳାଙ୍କ ସମେତ ମୋଟ ୧୩୯୦ ଜଣ ଅଗ୍ନିବୀର ଦକ୍ଷିଣ ନୌସେନା କମାଣ୍ଡ ତତ୍ତ୍ୱାବଧାନରେ ଆୟୋଜିତ ଏକ ଆନୁଷ୍ଠାନିକ ପାସିଂ ଆଉଟ୍ ପ୍ୟାରେଡ୍ (ପିଓପି)ରେ ଓଡ଼ିଶାର ଆଇଏନଏସ ଚିଲିକାରୁ ବାହାରିଛନ୍ତି।

ଅଗ୍ନିବୀରଙ୍କ ଚତୁର୍ଥ ବ୍ୟାଚ୍ ଆଇଏନଏସ ଚିଲିକାର ପୋର୍ଟାଲରୁ ‘ଅନ୍ତିମ ପାଗ’ ନେବା ପରେ ନୌସେନା ମୁଖ୍ୟ ଆଡମିରାଲ ଦୀନେଶ କେ ତ୍ରିପାଠୀ ପରେଡର ସମୀକ୍ଷା କରିଥିଲେ।

ଏହି ଅବସରରେ ନୌସେନା ଅଗ୍ନିବୀରଙ୍କ ସହ ୩୩୦ ତଟରକ୍ଷୀ ବାହିନୀ ମଧ୍ୟ ଉପସ୍ଥିତ ଥିଲେ। ଦକ୍ଷିଣ ନୌସେନା କମାଣ୍ଡର ଫ୍ଲାଗ ଅଫିସର କମାଣ୍ଡିଂ-ଇନ୍-ଚିଫ୍ ଭାଇସ୍ ଆଡମିରାଲ ଭି ଶ୍ରୀନିବାସ ପରେଡ୍ ର ପରିଚାଳନା ଅଧିକାରୀ ଥିଲେ। ସଂଧ୍ୟାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉତ୍ତୀର୍ଣ୍ଣ ଅଗ୍ନିବୀରଙ୍କ ପରିବାର, ବିଶିଷ୍ଟ ବରିଷ୍ଠ ବ୍ୟକ୍ତି ଓ କ୍ରୀଡ଼ାବିତ୍ମାନେ ଉପସ୍ଥିତ ଥିଲେ।

ପିଓପି କେବଳ ଅଗ୍ନିବୀରମାନଙ୍କୁ ୧୬ ସପ୍ତାହର ନୌସେନା ପ୍ରଶିକ୍ଷଣର ସଫଳ ସମାପ୍ତି କୁ ସୂଚିତ କରେ ନାହିଁ ବରଂ ଯୁଦ୍ଧ ପ୍ରସ୍ତୁତି, ବିଶ୍ୱସନୀୟ, ସମନ୍ୱିତ ଏବଂ ଭବିଷ୍ୟତ ପ୍ରସ୍ତୁତ ଭାରତୀୟ ନୌସେନାରେ ସେମାନଙ୍କର ନୂଆ ଯାତ୍ରାକୁ ମଧ୍ୟ ସୂଚିତ କରେ।

ଚିଲିକାରେ ପ୍ରଶିକ୍ଷଣରେ କର୍ତ୍ତବ୍ୟ, ସମ୍ମାନ ଓ ସାହସର ମୂଳ ମୂଲ୍ୟବୋଧ ଉପରେ ଆଧାରିତ ଶିକ୍ଷା, ସେବାର ବିଭିନ୍ନ ଦିଗ ଉପରେ ତାଲିମ ଏବଂ ଆଉଟଡୋର ପ୍ରଶିକ୍ଷଣ ଅନ୍ତର୍ଭୁକ୍ତ। ପିଓପି ସମୟରେ ଯୋଗ୍ୟ ଅଗ୍ନିବୀରମାନଙ୍କୁ ସିଏନଏସ ପକ୍ଷରୁ ବିଭିନ୍ନ ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଥିଲା।

ଏହି ଅବସରରେ ସିଏନଏସ ପକ୍ଷରୁ ନୂଆ ଭିତ୍ତିଭୂମି ନିର୍ମାଣ ଓ ସୁବିଧାର ଉଦଘାଟନ କରାଯିବା ସହ ଅଗ୍ନିବୀରଙ୍କ ସମାପନୀ ଉତ୍ସବରେ ଯୋଗଦେଇ ବିଭିନ୍ନ ବିଭାଗକୁ ପୁରସ୍କାର ପ୍ରଦାନ କରାଯାଇଥିଲା।

Comments are closed.